ପରଜଙ୍ଗରେ ବିଜୁ ବାବୁଙ୍କ 26 ତମ ଶ୍ରାଦ୍ଧ ଦିବସ ପାଳିତ

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 26 ତମ ତିରୋଧାନ ଦିବସ ପରଜଙ୍ଗ କଲ୍ୟାଣ ମଣ୍ଡପ ଠାରେ ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି ।

ଏହି ଅବସରରେ ପରଜଙ୍ଗ ବ୍ଲକ ବିଜେଡ଼ି ସଭାପତି ତଥା ସରପଞ୍ଚ କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ମଞ୍ଚ ପରିଚାଳନା କରିଥିବାବେଳେ ଆୟୋଜିତ ସଭାରେ ପରଜଙ୍ଗର ଯୁବ ନେତା ତଥା ଦଳର ସଂଗଠକ ଅସିତ୍ କୁମାର ରାୟ ଚୌଧୁରୀ, ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, ରୁନୁ ବର୍ମା,ପରଜଙ୍ଗ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, କଙ୍କଡ଼ାହାଡ଼ ବ୍ଲକ ଯୁବ ବିଜେଡ଼ି ସଭାପତି ତଥା ସରପଞ୍ଚ ତାପସ ପାଣି, ଛାତ୍ର ବିଜେଡ଼ି ସଭାପତି ଶାନ୍ତନୁ କୁମାର ସାହୁ, ଟିକମ ହାତୀ ପ୍ରମୁଖ ମଞ୍ଚାସୀନ ଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପରଜଙ୍ଗ ବ୍ଲକ ଯୁବ ବିଜେଡ଼ି ସଭାପତି ସୁବ୍ରତ କୁମାର ଦାସ,ଛାତ୍ର ବିଜେଡ଼ି ସଭାପତି ତଥା ପୂର୍ବତନ ସରପଞ୍ଚ ପ୍ରୀୟଜିତ ସାମଲ ,ଦିଲ୍ଲୀପ ବର୍ମାଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି ତଥା ଦଳର ସକ୍ରିୟ କର୍ମୀ ଉପସ୍ଥିତ ରହି ଆଡମ୍ବର ସହକାରେ ବିଜୁ ବାବୁଙ୍କ 26 ତମ ତିରୋଧାନ ଦିବସ ପାଳନ କରିବା ସହ ଦଳର ଶୃଙ୍ଖଳାଗତ ଓ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରିବାକୁ ଏକ ଶପଥ ପାଠ ବିଧାୟକ ଡଃ ସାହୁଙ୍କ ଦ୍ଵାରା କରାଯାଇଥିଲା ।


ସେୟାର କରନ୍ତୁ