ଆଜି ଦିନ 2ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ରାଜ୍ୟରେ ତାତି ଅସହ୍ୟ, ଖରା ରେକର୍ଡ ପରେ ‌ରେକର୍ଡ ଭାଙ୍ଗୁଛି । ଉପକୂଳରୁ ଆରମ୍ଭ କରି ରାଜ୍ୟର ଉପାନ୍ତ ପର୍ଯ୍ୟନ୍ତ ସବୁଠି କଲବଲ କରୁଛି ଖରା । ରାତି ପାହିବା କ୍ଷଣି ସୂର୍ଯ୍ୟଙ୍କ ପ୍ରକୋପ ଏଭଳି ହେଉଛି ଯେ ଲୋକେ ଘରୁ ବାହାରି କୌଣସି ଜାଗାକୁ ଯିବାଆସିବା କରିବା ପାଇଁ ବହୁବାର ଚିନ୍ତା କରୁଛନ୍ତି । ଏହା ସହରର ଅବସ୍ଥା ନୁହେଁ ଗ୍ରାମାଞ୍ଚଳରେ ବି ଏବେ ସମାନ ଅବସ୍ଥା ।

ଆଜି ଦିନ 2ଟା 30ରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟର ଦ୍ବିତୀୟ ସହର ଭାବେ ଭୁବନେଶ୍ବରରେ ପାରା 42.6 ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଗାମୀ 36 ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତନ ର ସମ୍ଭାବନା ନଥିବା ବେଳେ ପରବର୍ତୀ ସମୟରେ ଦିନ ତାପମାତ୍ରା ଧୀରେଧୀରେ ରାଜ୍ୟର ଅନେକ ସ୍ଥାନରେ 2 ରୁ 4 ଡ଼ିଗ୍ରୀ ଯାଏଁ କମିବାର ସମ୍ଭାବନା ରହିଛି ।


ସେୟାର କରନ୍ତୁ