ରାଜ୍ୟରେ ବଢିବ କାଳବୈଶାଖୀ ପ୍ରଭାବ, 3ରୁ 4ଦିନ ତାତିରୁ ମୁକ୍ତି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ତାତି ଓ ଗୁଳୁଗୁଳିରୁ ଲୋକମାନଙ୍କୁ ସାମୟିକ ଭାବେ ଆଶ୍ବସ୍ତି ମିଳିଛି । କାଳବୈଶାଖୀ ପ୍ରଭାବରେ ମେଘୁଆ ପାଗ ସହ ପବନ ବହିବା ଆରମ୍ଭ ହୋଇଯାଇଛି । ଗତକାଲି ଗ୍ରୀଷ୍ମଲହରୀ ସକାଶେ ଜାରି ହୋଇଥିବା ଚେତାବନୀ ହଟେଇ ଦିଆଯାଇଥିବା ବେଳେ, 3 ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା 2ରୁ 4°C ଯାଏଁ ତଳକୁ ଖସିବା ସମ୍ଭାବନା ରହିଥିବା କଥା କହିଥିଲା ଆଞ୍ଚଳିକ ପାଣିପାଗ ବିଭାଗ ।

ଶୁକ୍ରବାର ଦିନତମାମ ଶୀତଳ ପବନ ସହ ମେଘୁଆ ପାଗ ରାଜ୍ୟବାସୀଙ୍କୁ ଆମେଦିତ କରିଥିଲା । ଅପରାହ୍‌ଣ ଆଡ଼କୁ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା । ଲଗାତାର 43 ଓ 44 ଡିଗ୍ରି ଉପରେ ‌ରେକର୍ଡ ହେଉଥିବା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଆଜି 39 ଡିଗ୍ରିକୁ ଖସିଥିଲା । ଫଳରେ ସାରା ଓଡ଼ିଶା ଆଜି ଶାନ୍ତିର ନିଃଶ୍ବାସ ମାରିଥିଲା । ଆସନ୍ତା 3ରୁ 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 2ରୁ 4 ଡିଗ୍ରି ପର୍ଯ୍ୟନ୍ତ ଖସିବ ଓ ତାତିରୁ ଆଶ୍ବସ୍ତି ମିଳିବ ।


ସେୟାର କରନ୍ତୁ