ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠର ବରିଷ୍ଠ କିରାଣୀ କୁମର ଚନ୍ଦ୍ର ସାହୁ ଆଜି ତାଙ୍କ କର୍ମମୟ ଜୀବନ ଅତିବାହିତ କରି ଅବସର ଗ୍ରହଣ କରିଛନ୍ତି । ଏଥି ପାଇଁ ଶ୍ରୀ ସାହୁଙ୍କ ଉଦ୍ଦେଶ୍ୟରେ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପରିଡାଙ୍କ ଅଧ୍ୟକ୍ଷତା ଓ ଖେଳ ଶିକ୍ଷକ ମନୋରଞ୍ଜନ ବାରିକଙ୍କ ମଞ୍ଚ ପରିଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ମୋ ସ୍କୁଲ ଅଭିଯାନର ସଭାପତି ନାରାୟଣ ବିନାୟକ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିକ୍ରମସିଂହ, ମୁଣ୍ଡେଇଲୋ ହାଇସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ଭୁଜବଳ, ବିଦ୍ୟାଳୟର ପୂର୍ବତନ ଶିକ୍ଷା କମିଟି ସଭାପତି ତଥା ଗଣମାଧ୍ୟମ ପ୍ରତିନିଧି ନିର୍ମଳ ଚନ୍ଦ୍ର ଗଡନାୟକ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ ।

ତେବେ ଏହି ଅବସରରେ ମଞ୍ଚାସୀନ ଅତିଥିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶ୍ରୀକର ସାହୁ, ଶିକ୍ଷୟତ୍ରୀ ସସ୍ମିତା ନନ୍ଦ, ସ୍ନିଗ୍ଧାରାଣୀ ପାଣି ବିଦାୟୀ ଶ୍ରୀ ସାହୁ ଉଦ୍ଦେଶ୍ୟରେ ଗୁଣଗାନ କରିଥିଲେ । ଶ୍ରୀ ସାହୁ ହାଇସ୍କୁଲରେ ଦୀର୍ଘ ବର୍ଷ ଧରି କିରାଣୀ ଭାବେ କାର୍ଯ୍ୟକରି ଆଜି ଅବସର ନେଇଥିଲେ ମଧ୍ୟ ତାଙ୍କର ଚରିତ୍ର, ଭଦ୍ର, ଶାନ୍ତ ସରଳ ନିଷ୍କପଟ ମେଳାପୀ, କାର୍ଯ୍ୟ ଦକ୍ଷତା ଉପରେ ପ୍ରତିପାଦନ କରିଥିଲେ । ପରିଶେଷରେ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାହୁଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।


ସେୟାର କରନ୍ତୁ