ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଭୂମି ପୂଜନ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ଛକ ନିକଟରେ 53 ନମ୍ବର ଜାତୀୟ ରାଜପଥକୁ ଲାଗି ରହିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ । ଏହି ବିଦ୍ୟାଳୟ ଆଜକୁ 2ବର୍ଷରୁ ଉର୍ଦ୍ଧ୍ବ ହୋଇଯାଇଥିଲେ ମଧ୍ୟ ସରକାରଙ୍କ ଅତୁଳନୀୟ ଅବଦାନ ଓ ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ ଶିକ୍ଷାନୁଷ୍ଠାନର ଉନ୍ନତି କରଣ ଲାଗି ଦୂରଦୃଷ୍ଟି ଯୋଗୁଁ ଆଜି ପରିବେଶ ସୌନ୍ଦର୍ଯ୍ୟ ଦିଗକୁ ଅଗ୍ରଗତି ହୋଇପାରିଛି ।

ଏହି ଅନୁଷ୍ଠାନରେ ବିଭିନ୍ନ ପ୍ରାନ୍ତରୁ ଛାତ୍ର ଛାତ୍ରୀ ଆସି ଅଧ୍ୟୟନ କରୁଛନ୍ତି । ଯାହାକି ଏମାନଙ୍କ ଆବଶ୍ୟକ ସ୍ଥଳେ ଛାତ୍ରାବାସ ନିତ୍ୟାନ୍ତ ଜରୁରୀ ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସି ମାଧ୍ୟମରେ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସକୁ ସ୍ଥାନୀୟ ବିଧାୟକ ଶ୍ରୀ ସାହୁ ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୂମି ପୂଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଦେବାଶିଷ ପଲେଇ, ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।


ସେୟାର କରନ୍ତୁ