ଫୁଲବାଣୀ ଠାରେ ମଧ୍ୟମ-ଧରଣର କୁହୁଡି ଅନୁଭୂତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ସକାଳ ସମୟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ମଧ୍ୟମ-ଧରଣର କୁହୁଡି ଅନୁଭୂତ ହୋଇଥିବା ବେଳେ ସର୍ବନିମ୍ନ ଦୃଶ୍ୟମାନ ଦୂରତା 200 ମିଟର ରେକର୍ଡ ହୋଇଛି ।

ସେଇଭଳି ପଶ୍ଚିମା-ଝଡ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ଗଜପତି ଏବଂ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଅନୁଭୂତ ହୋଇଥିଲାବେଳେ
ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ଠାରେ ସର୍ବାଧିକ 12.2ମିମି ଏବଂ ଟାଙ୍ଗରପଲ୍ଲୀ ଠାରେ 10.4 ମିମି ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ସେୟାର କରନ୍ତୁ