ପରଜଙ୍ଗ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ, 62 ୟୁନିଟ ରକ୍ତ ସଂଗୃହିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ବୁଧବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଆଇୱାଇଡିପି ଦ୍ଵାରା ପରିଚାଳିତ ଯୁବ ଓଡ଼ିଶା ନବୀନ ଓଡ଼ିଶା ସୋସିଆଲ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନିହାର ରଞ୍ଜନ ସାହୁଙ୍କ ତତ୍ବାବଧାନରେ ପ୍ରଂଶନୀୟ ଭାବେ କାର୍ଯ୍ୟ ଜାରି ରହିଛି ।

ଏଥିରେ ଅନୁଗୋଳ ରକ୍ତଭଣ୍ଡାରର ଡାକ୍ତର ସତ୍ୟବ୍ରତ ପାଟଜ୍ୟୋସି, ଟେକ୍ନିସିଆନ ଓ କର୍ମଚାରୀ ଆସି ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଠାରୁ 62 ୟୁନିଟ ରକ୍ତ ସଂଗୃହୀତ କରିଥିଲେ ।

ତେବେ ଏହି ପରିପ୍ରେକ୍ଷୀରେ ବିଦ୍ୟାର୍ଥୀ ଓ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ଠାରୁ ସ୍ୱେଚ୍ଛାକୃତ ଭାବେ ରକ୍ତ ସଂଗୃହୀତ କରାଯାଇଥିଲା । ରକ୍ତଦାନ ଶିବିରର ଆୟୋଜକ ଅଧ୍ୟାପକ ଅଞ୍ଜନ କୁମାର ମହାରଣା, କୁଳମଣି ମେହେର ଦାୟିତ୍ଵ ନିର୍ବାହ କରିଥିବା ବେଳେ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ, ସମୀର ମୁକୁଟଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଏହି ଶିବିରରେ ଯୋଗ ଦେଇ ସହଯୋଗ କରିଥିଲେ ।


ସେୟାର କରନ୍ତୁ