39 ୟୁନିଟ ରକ୍ତ ସଂଗୃହିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ପରଜଙ୍ଗ ବ୍ଲକ କୁଆଳୋ ପଞ୍ଚାୟତ ପରମହଂସପୁର ଠାରେ ଅବସ୍ଥିତ ମା ମେଡିକାଲ ଷ୍ଟୋରରେ ପରଜଙ୍ଗ ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ 39 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅଙ୍ଗୁଳ ଜିଲ୍ଲା ତାଳଚେର ରକ୍ତ ଭଣ୍ଡାରର ଷ୍ଟାଫମାନେ ଆସି ଏହି ରକ୍ତ ସଂଗୃହିତ କରିଥିଲେ । ଶିବିରକୁ ତାଳଚେର ରେଡକ୍ରସର ସଂଯୋଜକ ବଳରାମ ପତି ଉଦଘାଟନ କରିଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରଜଙ୍ଗ ସାମ୍ବାଦିକ ସଙ୍ଘ ସଭାପତି ବିନୟ ଦାସ, ସମ୍ପାଦକ ରୂପକ ରଞ୍ଜନ ସାହୁ, ପ୍ରଶାନ୍ତ କୁମାର ସାହୁ, ନିର୍ମଳ ଗଡ଼ନାୟକ, ରିଂଟ୍ଟୁ ଦାସ ଏବଂ ଅନ୍ୟ ସାମ୍ବାଦିକଗଣ ଉପସ୍ଥିତ ରହିଥିଲେ ।


ସେୟାର କରନ୍ତୁ