ଚମ୍ପାଇ ସୋରେନ୍ ଫ୍ଲୋର୍ ଟେଷ୍ଟରେ ପାସ୍, ପାଇଲେ 47 ବିଧାୟକଙ୍କ ସମର୍ଥନ

ଦେଶବିଦେଶ
ସେୟାର କରନ୍ତୁ

Jharkhand Assembly Trust Vote : ଝାଡଖଣ୍ଡରେ ରାଜନୈତିକ ସଙ୍କଟ ସମାପ୍ତ ହୋଇଛି । ସିଏମ୍ ଚମ୍ପାଇ ସୋରେନ୍ ଫ୍ଲୋର ଟେଷ୍ଟ କରି ନିଜ ସରକାରକୁ ବଞ୍ଚାଇଛନ୍ତି । ଚମ୍ପାଇ ସରକାର ବିଧାନସଭାରେ ବିଶ୍ୱାସମତ ହାସଲ କରିଛି । ଭୋଟ୍ ସମୟରେ ସେ 47 ଜଣ ବିଧାୟକଙ୍କ ସମର୍ଥନ ପାଇଥିବାବେଳେ 29 ଜଣ ବିଧାୟକ ବିରୋଧ କରିଥିଲେ ।

ଝାଡଖଣ୍ଡ ବିଧାନସଭାରେ ଚମ୍ପାଇ ସରକାରର ବହୁମତ ପରୀକ୍ଷା ସରିଛି । ବିଧାନସଭା ବାଚସ୍ପତିଙ୍କ ନେତୃତ୍ୱରେ ଫ୍ଲୋର ଟେଷ୍ଟ ପ୍ରକ୍ରିୟା ଶେଷ ହୋଇଥିଲା । ଚମ୍ପାଇ ସୋରେନ ସରକାରଙ୍କ ସପକ୍ଷରେ 47 ଟି ଭୋଟ୍ ଦିଆଯାଇଥିବାବେଳେ ବିରୋଧୀ ଦଳରେ 29 ଟି ଭୋଟ୍ ଦିଆଯାଇଛି । ସେ ବିଧାନସଭାରେ ସହଜରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥିଲେ । ଚମ୍ପାଇ ସୋରେନଙ୍କୁ ବହୁମତ ପାଇଁ କେବଳ 41 ବିଧାୟକଙ୍କର ସମର୍ଥନ ଆବଶ୍ୟକତା ଥିଲା ।


ସେୟାର କରନ୍ତୁ