ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ତୁଟିଲା

ରାଜ୍ୟ
ସେୟାର କରନ୍ତୁ

ପୁରୀ: ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହୋଇଅଛି । ଶେଷରେ ଗତକାଲି ରାତିର ଶତାଧିକ ଅଭଡ଼ା କୁଡ଼ୁଆ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଛି । ତେବେ ବିବାଦ କାରଣରୁ ମହାପ୍ରଭୁଙ୍କ ନୀତିକାନ୍ତି ତିନି ଘଣ୍ଟା ବିଳମ୍ବରେ ଚାଲିଥିବା ଜଣାପଡିଛି ।

ସୂଚନା ଥାଉକି, ଗତକାଲି ଭିତର କାଠ ନିକଟରେ ରକ୍ତଛିଟା ପଡ଼ିବାରୁ ବଡ଼ ମହାସ୍ନାନ ହୋଇଥିଲା । ବଡ଼ସ୍ନାନ ପରେ ଦ୍ୱିତୀୟ ଭୋଗ ମଣ୍ଡପରେ ସନ୍ଧ୍ୟା ଆଳତି ହୋଇଥିଲା । କିନ୍ତୁ ଆଳତି ହେବାରେ ବିଳମ୍ବ ହେବାରୁ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏତେ ବିଳମ୍ବରେ ମହାପ୍ରସାଦ ନେଇ ଏବେ କ’ଣ କରିବୁ ବୋଲି ସୁଆର ସେବକମାନେ କହିଥିଲେ । ଏଥିସହ ସେମାନେ ପ୍ରସାଦ ଭୋଗମଣ୍ଡପରେ ଘରେ ଛାଡ଼ି ଚାଲିଯାଇଥିଲେ । ଫଳରେ ଗତକାଲିଠୁ ଶତାଧିକ ଅଭଡ଼ା କୁଡୁଆ ଭୋଗ ମଣ୍ଡପରେ ଭୋଗ ପଡ଼ିରହିଥିଲା । ଆଜି ସମସ୍ୟାର ସମାଧାନ ପରେ ଭୋଗ କୁଡ଼ୁଆ ବାହାରିଛି ।


ସେୟାର କରନ୍ତୁ