ତାଳଚେର ଟ୍ରକ ମାଲିକ ସଙ୍ଘ ଅଧୀନରେ କାର୍ଯ୍ୟରତ ଡ୍ରାଇଭରମାନଙ୍କ ପକ୍ଷରୁ କୋଲ କରିଡର ରାସ୍ତାରେ ଓଭର ଟେକକୁ ରୋକିବା ପାଇଁ ପ୍ରଶାସନକୁ ଦାବିପତ୍ର ପ୍ରଦାନ

ରାଜ୍ୟ
ସେୟାର କରନ୍ତୁ

ତାଳଚେର : କୋଲ କରିଡର ରାସ୍ତା ଲିଙ୍ଗରାଜ ଠାରୁ ହିଙ୍ଗୁଳା ପର୍ଯ୍ୟନ୍ତ ଲିଙ୍ଗରାଜ ବାଙ୍କଧାରା ଛକ ଠାରୁ ଓଭର ବ୍ରିଜ ପର୍ଯ୍ୟନ୍ତ ରାସ୍ତାରେ ଗାଡି ଓଭରଟେକ ହେଉଥିବା ଜାମ ଜନିତ ଅସୁବିଧା ପାଇଁ ଡ୍ରାଇଭରମାନଙ୍କ ସହ ସାଧାରଣ ଜନତା ଅସୁବିଧା ହେଉଥିବାରୁ ତାଳଚେର ଟ୍ରକ ମାଲିକ ସଙ୍ଘ ଅଧୀନରେ କାର୍ଯ୍ୟରତ (ଡ଼ାଲା ଗାଡ଼ି ଟ୍ରକ) ଅଣସଂଘଟିତ ଡ୍ରାଇଭରମାନଙ୍କ ପକ୍ଷରୁ ମଙ୍ଗଳବାର ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି । ତାଳଚେର କୋଲ କରିଡର ରାସ୍ତାରେ ପ୍ରତେକ ଦିନ 4000ରୁ ଅଧିକ ଗାଡି ଯାତାୟାତ କରୁଛନ୍ତି ।

ତେବେ ଏହି ଓଭରଟେକ ଜନିତ ଜାମକୁ ରୋକିବା ପାଇଁ ତାଳଚେର କୋଇଲା ଖଣି ଅଞ୍ଚଳର 9ଟି ମାଇନ୍ସର ଡ୍ରାଇଭର ଭାଇମାନେ ଏକତ୍ରିତ ହୋଇ ଗୋଟିଏ ଛୋଟିଆ ନିଷ୍ପତି ନେଇଛନ୍ତି । କୌଣସି ଡ୍ରାଇଭର ଭାଇ କୋଲ କରିଡର ରାସ୍ତାରେ ଏବଂ ରାସ୍ତାରେ ଯେକୌଣସି ସ୍ଥାନରେ ଗାଡି ଜାମ ଲାଗୁଛି ଓଭରଟେକ କରିବୁ ନାହିଁ କିମ୍ବା କାହାରିକୁ ଓଭରଟେକ କରିବାକୁ ଦେବୁ ନାହିଁ । ଶାନ୍ତି ଶୃଙ୍ଖଳା ରକ୍ଷା କରି ଆମେ ଗୋଟିଏ ଲାଇନରେ ଯିବା ଆସିବା କରିବୁ । ବର୍ତମାନ ପ୍ରାୟତଃ 90 ଭାଗ ଡ୍ରାଇଭର ଭାଇମାନେ ଗୋଟିଏ ଲାଇନରେ ଯିବା ଆସିବା କରୁଛନ୍ତି । କିନ୍ତୁ କିଛି ଅମାନିଆ ଡ୍ରାଇଭର ଏହାକୁ ଭୃକ୍ଷେପ ନକରି ଓଭରଟେକ କରି ରାସ୍ତା ଯାମ କରୁଛନ୍ତି ।

ପ୍ରଶାସନ ତରଫରୁ ଗାଡି ଓଭରଟେକକୁ ରୋକିବା ପାଇଁ ଅମାନିଆ ଡ୍ରାଇଭରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଳଚେର ଟ୍ରକ ମାଲିକ ସଙ୍ଘ ଅଧୀନରେ କାର୍ଯ୍ୟରତ ଡ୍ରାଇଭରମାନଙ୍କ ପକ୍ଷରୁ ପ୍ରଶାସନକୁ ଦାବି ପତ୍ର ଦିଆଯାଇଛି ।


ସେୟାର କରନ୍ତୁ