ଓଲଟିଲା ଆଦର୍ଶ ସ୍କୁଲକୁ ନେଇ ଯାଉଥିବା ଓମିନି ଭ୍ୟାନ, 5 ଛାତ୍ର ଛାତ୍ରୀ ଆହାତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୁର ଗ୍ରାମ ନିକଟରେ ଓଲଟିଲା ବାରିହାପୁର ଆଦର୍ଶ ସ୍କୁଲକୁ ନେଇ ଯାଉଥିବା ଏକ ଓମିନି ଭ୍ୟାନ । ସୂଚନା ମୁତାବକ ଭ୍ୟାନରେ 3 ଜଣ ଛାତ୍ରୀ ଥିବା ବେଳେ 2 ଜଣ ଛାତ୍ର ରହିଥିଲେ । ଆଜି ସକାଳେ କନ୍ତୁର ଗ୍ରାମରୁ ଛାତ୍ର ଛାତ୍ରୀଙ୍କୁ ନେଇ ବାରିହାପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ କୁ ଯାଉଥିବା ବେଳେ, କନ୍ତୁର ଗ୍ରାମ ନିକଟ ବୁଲାଣି ରାସ୍ତାରେ ସାମ୍ନାପଟୁ ଏକ ବାଇକ ଦ୍ରୁତ ଗତିରେ ଆସି ଯାଇଥିଲା ।

ଫଳରେ ଡ୍ରାଇଭର ଜଣକ ହଟାତ ବ୍ରେକ ମାରିବାରୁ ଭ୍ୟାନଟି ଭାରଶ୍ୟାମ ହରାଇ ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ଡ୍ରାଇଭର ଜଣକ ସମସ୍ତ ଛାତ୍ର ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ହେବା ପରେ ସମସ୍ତ ଆହତ ଛାତ୍ର ଛାତ୍ରୀ ସୁରକ୍ଷିତ ଭାବେ ଘରକୁ ଫେରିଥିବା କହିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ହରିହର ଦେହୁରୀ ।


ସେୟାର କରନ୍ତୁ