ବ୍ରlହ୍ମଣି ନଦୀ ଉପରେ ସେତୁ ଶିଳାନ୍ୟାସ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଖାଲପାଳ ତାଳଚେର ସଂଯୋଗ ପାଇଁ ଏକ ସେତୁ ତିଆରି ନିମନ୍ତେ ଗୁରୁବାର ଅପରାହ୍ନରେ ଶିଳାନ୍ୟାସ କରିଥିବା ଦେଖାଯାଇଛି । ଏହି ବ୍ରିଜର ଅଟକଳ ମୂଲ୍ୟ 76 କୋଟି ହୋଇଥିବା ବେଳେ କାର୍ଯ୍ୟକୁ ଟେଣ୍ଡର ଦିଆଯାଇ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଅଢେଇ ବର୍ଷ ଭିତରେ କାମ ସମ୍ପାଦନ ହେବବୋଲି ଅତିଥି ଅବିଭାଷଣ ରଖିଥିଲେ ।

ଏହି ବ୍ରିଜଟି ହେବାଦ୍ବାରା 53 ନଂ ଜାତୀୟ ରାଜପଥ ଠାରୁ ଖାଲପାଳ ଘାଟ ଦେଇଗଲେ ତାଳଚେର ରାଜବାଟୀ ନିକଟ ରାସ୍ତାରେ ସଂଯୋଗ ହେଲେ ଅଳ୍ପ ରାସ୍ତାରେ ତାଳଚେର ଯିବାକୁ ଲୋକଙ୍କ ବହୁ ସୁବିଧା ହୋଇପାରିବ ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ସମ୍ମାନିତ ଅତିଥିଭାବେ ସ୍ଥାନୀୟ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ, ସାଂସଦ ମହେଶ ସାହୁ,ଜିଲ୍ଲାପରିଷଦ ସଭ୍ୟ ନିରାକାର ପ୍ରଧାନ, ସଭ୍ୟା ରୁନୁ ବର୍ମା,ବିଭାଗୀୟ ଏସ ଇ ପ୍ରତାପ ହରିପାଲ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଵି ଜେ ଡି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ଶ୍ରମିକ ନେତା ଦିଲୀପ ବର୍ମା, ପ୍ରେମାନନ୍ଦ ସାହୁ ପ୍ରମୁଖ ପାଞ୍ଚଶହରୁ ଉର୍ଦ୍ଧ ଅଞ୍ଚଳ ବାସୀ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଥିଲେ ।


ସେୟାର କରନ୍ତୁ