ବିଜୁ ଜନତା ଦଳ ତରଫରୁ ବିଶ୍ଵ ମହିଳା ଦିବସ ପାଳିତ

Truthink
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରଜଙ୍ଗ ପାଣି ପଞ୍ଚାୟତ ଠାରେ ବିଜୁ ଜନତା ଦଳ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ବିଜୁ ବାବୁଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଅଛି ।

ଏଥିରେ ମୁଖ୍ୟଅତିଥି ଭାବରେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ମହିଳାମାନଙ୍କର ସମ୍ମାନର କଥା କହିଥିଲାବେଳେ ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, ବିଜେଡି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ପରଜଙ୍ଗ ଜୋନ 1 ଜିଲ୍ଲାପରିଷଦ ସଦସ୍ୟା ରୁନୁ ବର୍ମା, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ଜୋନ 3 ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର, କଙ୍କଡ଼ାହାଡ଼ ବ୍ଲକ ସଭାନେତ୍ରୀ ପ୍ରିୟଙ୍କା ପରିଡା, ବିଜୁ ମହିଳା ଉପ ସଭାନେତ୍ରି ସିଷ୍ଟର ନିବେଦିତା, ସୋସିଆଲ ମିଡ଼ିଆ ସଂଯୋଜକ ଯ୍ୟୋର୍ତିମୟୀ ଷଡ଼ଙ୍ଗୀ, ଲିଲିମା ବେହେରା, ସରପଞ୍ଚ ଗାୟତ୍ରୀ ମହାପାତ୍ର, ସସ୍ମିତା ସାହୁ, ଜିଲ୍ଲା ସମ୍ପାଦିକା ଧରିତ୍ରୀ ମହାଳିକ, ସମସ୍ତ ମହିଳା ସରପଞ୍ଚ, ମହିଳା ସମିତି ସଭ୍ୟ, ଏମ୍ବିକେ, ସିଆରପି, ପ୍ରଣୀମିତ୍ର, କୃଷିମିତ୍ର ଏବଂ ସମସ୍ତ ବିଜୁ ମହିଳା ଜନତା ଦଳର କର୍ମ କର୍ତ୍ତା ଉପସ୍ଥିତ ଥିଲେ ।


ସେୟାର କରନ୍ତୁ