କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ କର୍ମୀ ସମ୍ମିଳନୀ

ରାଜନୀତି
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଲୋକସଭା ସଂସଦୀୟ କ୍ଷେତ୍ରରେ ଭାରତୀୟ ଜାତୀୟ କଂଗ୍ରେସର ସାଂସଦ ପ୍ରାର୍ଥୀ ଇଂ ସସ୍ମିତା ବେହେରାଙ୍କ ନାମ ଘୋଷଣା ହୋଇସାରିଥିବ ବେଳେ ଏହି ସଂସଦୀୟ କ୍ଷେତ୍ରରେ ରହିଛି ପରଜଙ୍ଗ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ଜିଲ୍ଲା ଉପ ସଭାପତି ରଞ୍ଜିତ କୁମାର ସାହୁ (ଟୁଟୁ) କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ଏଆଇସିସି ପକ୍ଷରୁ ନାମ ଘୋଷଣା କରାଯାଇଛି ।

ଏହି ଅବସରରେ ବିଧାୟକ ପ୍ରାର୍ଥୀ ଶ୍ରୀ ସାହୁଙ୍କ ଆହ୍ଵାନରେ ପରଜଙ୍ଗ ବଜାର ନିକଟସ୍ଥ ସତ୍ୟମ ପ୍ୟାର୍ଲେସ ପରିସରରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ବୁଧବାର ଶ୍ରୀ ରାମ ନବମୀ ଦିନ ବିଧାୟକ ଶ୍ରୀ ସାହୁ କର୍ମୀ ମାନଙ୍କୁ ନେଇ କୁଆଳୋ ଅଷ୍ଟଶମ୍ଭୁ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ମଇଦାନକୁ ଓହ୍ଲାଇବ ବୋଲି ବୈଠକର ମୁଖ୍ୟ ପ୍ରସଙ୍ଗ ରହିଥିଲା ।

ପରଜଙ୍ଗ ବ୍ଲକର କିଛି ପଞ୍ଚାୟତରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ଠାରେ ଏକ ନିର୍ବାଚନ ସମ୍ବନ୍ଧୀୟ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବାକୁ ବୈଠକରେ ଆଲୋଚନା କରାଯାଇଥିଲା ।

ଉକ୍ତ ବୈଠକରେ ଦଳର ବରିଷ୍ଠ ନେତା ଦୟାସାଗର ଦାସ, ତନୟ କୁମାର ନାୟକ, ସଦାଶିବ ମଲ୍ଲିକ, ନୃସିଂହ ଚରଣ ନାଏକ , ସୁରେଶ ଚନ୍ଦ୍ର ଖଟୁଆ , ଦୀପକ କୁମାର ବେହେରା , ଅଧିକାରୀ ବିଶ୍ଵାଳ ,ବିଭୂତି ଭୂଷଣ ସାହୁ ଓରଫ ଟୁଲୁ ଙ୍କ ସମେତ ଦଳର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।


ସେୟାର କରନ୍ତୁ