ବୌଦ୍ଧ ଓ ବାରିପଦାରେ ତାପମାତ୍ରା 45.2 ଡିଗ୍ରି ଛୁଇଁଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ବୌଦ୍ଧରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର 13ଟି ସହରର ତାପମାତ୍ରା 43 ଡିଗ୍ରି ଉପରେ ରହିଛି । ବୌଦ୍ଧ ଓ ବାରିପଦାରେ ପାରା 45.2 ଡିଗ୍ରି ଛୁଇଁଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲିଠୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଆସନ୍ତାକାଲି ଠାରୁ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା 2 ରୁ 3 ଡ଼ିଗ୍ରି ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି, ଯାହାରା ପ୍ରଭାବରେ 21 ରୁ 24 ଏପ୍ରିଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ।


ସେୟାର କରନ୍ତୁ