କାଳ ବୈଶାଖୀ ତାଣ୍ଡବ, ବଜ୍ରପାତରେ ଜଳିଗଲା ଚାରି ବଖରା ଘର

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ ଗ୍ରାମର ବାଲିସାହି ହରିଜନ ସାହିରେ ଗତ 13 ତାରିଖ ଗୁରୁବାର ସନ୍ଧ୍ୟାରେ ବଜ୍ରଘାତରେ ଚାରି ବଖରା, ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା l
ସୂଚନା ମୁତାବକ ବସୋଈ ଗ୍ରାମର ଟିକାୟତ ନାଏକ ତାଙ୍କ ପୁଅ ଅରୁଣ ନାଏକ ଓ ମୁନା ନାଏକଙ୍କ ଘରେ ଥିବା ସମୟରେ ହଠାତ ବର୍ଷା ସହ ବଜ୍ରପାତ ହୋଇଥିଲା l ବଜ୍ରପାତର ନିଆଁ ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ସମ୍ପୂର୍ଣ୍ଣ ଜଳି ଯାଇଥିଲା ଚାରି ବଖରା ଘର l

ଫଳରେ ଘରେ ଯାହା କାଗଜ ପତ୍ର ଓ ଆସବା ପତ୍ର ଥିଲା ଜଳି ପୁଡ଼ି ପାଉଁଶ ହୋଇଯାଇଥିଲା l ତେବେ ନିଜର ଜୀବନ ବଞ୍ଚାଇବାକୁ ଯାଇ ଘରୁ ପରିବାର ଲୋକ ବାହାରକୁ ପଳାଇ ଯାଇଥିଲେ l ଖବର ପାଇ ପରଜଙ୍ଗ ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ କରିଥିଲେ l

ଏ ନେଇ ବସୋଈ ଗ୍ରାମ ପଞ୍ଚାୟତର ସରପଞ୍ଚ ଯୋଗଳେଶ୍ୱର ସାହୁ ଅଗ୍ନି ବିପର୍ନ ପରିବାରକୁ କିଛି ରାସନ ସାମଗ୍ରୀ ଏବଂ ବସ୍ତ୍ର ପ୍ରଦାନ କରିଛନ୍ତି l ତେବେ ଏ ଭଳି ମହତ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ଧନ୍ୟବାଦ ଜଣାଇଛନ୍ତି l


ସେୟାର କରନ୍ତୁ