ବାରିହାପୁର ଆଦର୍ଶ ବିଦ୍ୟାଳୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ଆଦର୍ଶ ବିଦ୍ୟାଳୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ଡ଼ଃ ଶେଷଦେବ କିଷାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ନାନୀତ ଅତିଥି ଭାବେ ବାରିହାପୁର ସରପଞ୍ଚ ସସ୍ମିତା ସାହୁ, ବ୍ଲକ ଶିକ୍ଷା ଅଧିକାରୀ ହରିହର ଦେହୁରୀ, ନୋଡାଲ ପ୍ରିନସିପାଲ ପ୍ରଫୁଲ କୁମାର ମହାନ୍ତି , ବିଦ୍ୟାଳୟ ଅଧକ୍ଷ ଦେବାଶିଷ ପଲେଇ ପ୍ରମୋଖ ଉପସ୍ଥିତ ଥିଲେ ।

ତେବେ ପ୍ରଥମେ ଉପସ୍ଥିତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କତୃପକ୍ଷ ସ୍ୱାଗତ କରିଥିବା ବେଳେ ଉପସ୍ଥିତ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ । ଏହା ପରେ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସ୍ୱାଗତ ସଂଗୀତ ମାଧ୍ୟମରେ ଅତିଥି ଙ୍କୁ ସ୍ୱାଗତ ଜଣାଇଥିଲେ । ବିଦ୍ୟାଳୟ ଅଧକ୍ଷ ବିଦ୍ୟାଳୟର ବାର୍ଷିକ ତଥ୍ୟ ଉପସ୍ଥାପନା କରିଥିବା ବେଳେ, ଉପସ୍ଥିତ ଅତିଥି ନିଜର ଅବିଭାଷଣ ରଖିଥିଲେ ।

ଏହି ଅଭିଭାଷଣରେ ମୁଖ୍ୟ ଅତିଥି ଜଣେ ଗରିବ ଆଦିବାସୀ ଛାତ୍ର ହୋଇ ମଧ୍ୟ ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ କିପରି ସଫଳତାର ଶୀର୍ଷରେ ପହଞ୍ଚିଥିଲେ ସେ ବିଷୟରେ ଅଭିଭାଷଣ ରଖିଥିଲେ । ଏଥି ସହିତ ଛାତ୍ର ଛାତ୍ରୀଙ୍କୁ ନିଜର ଜୀବନ ସଂଘର୍ଷ କାହାଣୀ ବିଷୟରେ ଅବିଭାଷଣ ରଖିଥିଲେ । ଏହା ପରେ କୃତିତ୍ୱ ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥି ପୁରସ୍କାର ବିତରଣ କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶା ନୃତ୍ୟ,ଅଭିନୟ,ସଂଗୀତ,ମ୍ୟାଜିକ ଆଦି କାର୍ଯ୍ୟକ୍ରମ ହୋଇଥିଲା ।


ସେୟାର କରନ୍ତୁ