ବିକାଶ ଠାରୁ ବହୁ ଦୂରରେ କୋଲ୍ହ ସାହି

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଗାଁ ଠାରୁ ବିକାଶ ସାତ ସପନ l ସରକାର ବିଭିର୍ନ ଯୋଜନା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନେକ ଅଂଚଳରେ ତାହାର ସଫଳ ରୂପାୟନ ଦେଖିବାକୁ ମିଳୁନଥିବା ଦେଖାଯାଉଛି l

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗ୍ରାମ ପଞ୍ଚାୟତ କାମର୍ଦା ଗ୍ରାମର ବାଲି ତୈଳା କୋଲ୍ହ ସାହିର ବିକଳ ଚିତ୍ର l ବାଲିତୈଳା ପାହାଡ ଜଙ୍ଗଲ ଘେରରେ ଥିବା ବେଳେ ପ୍ରାୟ 54 ପରିବାର ସହ ପ୍ରାୟ 250 ଲୋକମାନେ ବସବାସ କରୁଛନ୍ତି l ବାସ୍ତବରେ କହିବାକୁ ଗଲେ ଏହି ସାହିରୁ ଗ୍ରାମ ପଞ୍ଚାୟତ ହେଉଛି 9 କିଲୋମିଟର ହେଉଥିବା ବେଳେ ମୁଖ୍ୟ ଗ୍ରାମ କାମର୍ଦl ହେଉଛି 2.5 କିଲୋମିଟର ଦୂର l

କାମର୍ଦl ଗ୍ରାମ ଠାରୁ ଏହି ସାହିକୁ ଗମନା ଗମନ ପାଇଁ ପାହାଡ ଘେରା ଘଞ୍ଚ ଜଙ୍ଗଲ ମଝିରେ ଏକ ମାଟି ପଥରିଆ ରାସ୍ତା ହିଁ ଭରସା l ସେହି ଭଳି ଏହି ସାହିଠାରୁ ଅନ୍ୟ ଏକ ମାଟି ରାସ୍ତା 1 କିଲୋମିଟର ଯିବାପରେ କାଟେଣୀ ଫରେଷ୍ଟର ରୋଡ଼ ସହ ସଂଯୋଗ ହୋଇଥିଲେ ମଧ୍ୟ ଏ ରାସ୍ତା ପଥୁରିଆ ଜୋଡ ବା ନାଳ ଦେଇ ରାସ୍ତା ଯାଇଥିବାରୁ ବର୍ଷା ହେଲେ ଯୋଗାଯୋଗ ବିଛିର୍ଣ୍ଣ ହୋଇଥାଏ l ରାସ୍ତା ଠିକରେ ନଥିବାରୁ କାହାର ସ୍ୱାସ୍ଥ୍ୟ ବିଗିଡ଼ିଲେ ଏ ଜାଗାକୁ ଆମ୍ବୁଲାନ୍ସ ଆସିପାରି ନଥାଏ ବୋଲି କୁହନ୍ତି ବାସିନ୍ଦା l

ବିଭିନ୍ନ ପ୍ରକାର ଯୋଜନାରେ ଗ୍ରାମାଞ୍ଚଳକୁ ଉର୍ନତି ପାଇଁ ଟଙ୍କା ଆସୁଥିବା ବେଳେ ବାଲିତୈଳlକୁ ଆଜି ପର୍ଯ୍ୟନ୍ତ ଗମନା ଗମନ ପାଇଁ ରାସ୍ତା ଟିଏ ହୋଇପାରିଲା ନାହିଁ l ଯାହାକି ଏହି ସାହି ପାଇଁ ମୁଖ୍ୟ ସମସ୍ୟା ବୋଲି ଗଣାଯାଏ l ଏହି ସାହିରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷାଦାନ ଥିବାବେଳେ ଉଚ୍ଚ ଶିକ୍ଷା ପାଇଁ ବଣ ଘେରା ରାସ୍ତାରେ କାମର୍ଦl ଉପରେ ନିର୍ଭର କରନ୍ତି l ଅଢେଇ କିଲୋମିଟର ରାସ୍ତା କାମର୍ଦl ଗାଁ’କୁ ଛାତ୍ରଛାତ୍ରୀମାନେ ପାହାଡ ଘଞ୍ଚ ଜଙ୍ଗଲରେ ଯାଉଥିବା ନେଇ ଅଭିଭାବକ ମାନେ ଅସୁରକ୍ଷିତ ମନେ କରୁଛନ୍ତି l

ପାନୀୟ ଜଳ ଯୋଗାଣ କହିଲେ ଯୋଗାଣ ବ୍ୟବସ୍ଥା କରିଥିଲେ ମଧ୍ୟ ଠିକରେ ପାଣି ପାଇ ପାରୁନାହାନ୍ତି ସାହି ଲୋକ ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଥି ସହିତ ଏହି ସାହିରେ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ରହିଥିଲେ ମଧ୍ୟ ଠିକରେ ଘର ମିଳି ପାରିନାହିଁ, ଯୋଆଡେ ଦେଖିବ ଚାଳ ଛପର ଭଙ୍ଗା ଘର l ଏ ନେଇ ବାଲି ତୈଳl ଗ୍ରାମବାସୀ ମାନେ ଗାଁ’କୁ ଭଲ ରାସ୍ତାଟିଏ ଓ ସମସ୍ତ ପ୍ରକାର ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନକୁ ଦାବୀ କରିଛନ୍ତି l


ସେୟାର କରନ୍ତୁ