ମୁକ୍ତାପସି ଫରେଷ୍ଟ ସେକ୍ସନ ଅଞ୍ଚଳରେ ହାତୀ ଆତଙ୍କ: କାହାର ଧାନ ଖାଇଲେ ତ କାହାର ଫସଲ କଲେ ନଷ୍ଟ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ ପଲ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ମୁକ୍ତାପସି ଫରେଷ୍ଟ ସେକ୍ସନ ଅଞ୍ଚଳରେ ଜଙ୍ଗଲୀ ହାତୀପଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ରାତି 7 ଟିକିଆ ହାତୀ ପଲ ବଡଝରା, ମୁକ୍ତାପସି ଏବଂ ରାହାବେରୀଣି ଅଞ୍ଚଳରେ ବ୍ୟାପକ ମାତ୍ରାରେ କ୍ଷୟ କ୍ଷତି କରିଛନ୍ତି ।

ଏଥିରେ କାହାର ଧାନ ଖାଇଲେ ତ କାହାର ଫସଲ କଲେ ନଷ୍ଟ ଏବଂ ସେଇଭଳି କାହାର ଘର ଭାଙ୍ଗିଛନ୍ତି ତ ଆଉ କାହାର ଦୋକାନ ଭାଙ୍ଗି ଥିବାର ଖବର ନଜରକୁ ଆସିଅଛି । ତେବେ ଏଭଳି ହାତୀ ଜନିତ ସମସ୍ୟା ପାଇଁ ଅଞ୍ଚଳର ଚାଷୀମାନଙ୍କ ସହ ସାଧାରଣ ଲୋକମାନେ ମଧ୍ୟ ଏବେ ଚିନ୍ତାରେ ରହିଛନ୍ତି ।

ତେଣୁ ଏ ଉପରେ ବନ ବିଭାଗ ଦୃଷ୍ଟି ଦେଇ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ପାଇଁ ଚାଷୀ ମାନଙ୍କ ସହ ଅନ୍ୟ କ୍ଷତିଗ୍ରସ୍ତ ପ୍ରଜା ଦାବି ରଖିଛନ୍ତି । ସେହିପରି ହାତୀ ଉପରେ ବନ ବିଭାଗ ନଜର ରଖିବାକୁ ନେଇ ସାଧାରଣରେ ଦାବି ହୋଇଛି ।

ସୂଚନା ଥାଉ କି, ଏହି ହାତୀ ପଲ ଏବେ ମୁକ୍ତାପସିର କେନେଲ ସେପାଖ ଜଙ୍ଗଲରେ ରହିଛନ୍ତି । ଫରେଷ୍ଟ କର୍ମଚାରୀମାନେ ହାତୀମାନଙ୍କ ଉପରେ ନଜର ରଖିଛନ୍ତି


ସେୟାର କରନ୍ତୁ