ପ୍ରାୟ ସମୟରେ କଷ୍ଟ କରି ରୋଜଗାର କରିବା ସତ୍ତ୍ୱେ ମଧ୍ୟ ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇନଥାଏ । ଘରେ ସବୁବେଳେ ଟଙ୍କା-ପଇସାର ଅଭାବ ଲାଗି ରହିଥାଏ । ଯଦି ଏଭଳି ସମସ୍ୟା ରହିଛି, ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏହାକୁ କିପରି କରାଯାଇପାରିବ ଠିକ୍ ।
ଘରେ ଆର୍ଥିକ ସମସ୍ୟାକୁ ଦୂରେଇବା ପାଇଁ ଘରକୁ ଆଣନ୍ତୁ ଏହି ଜିନିଷ। ଲକ୍ଷ୍ମୀ ମାଆ ଘରେ କରିବେ ବାସ..
କଉଡ଼ି: ମାଆ ଲକ୍ଷ୍ମୀଙ୍କ ଅତିପ୍ରିୟ କଉଡ଼ି। 5ଟି କଉଡ଼ି ଆଣି ଏଥିରେ ହଳଦୀ ଲଗାଇଦିଅନ୍ତୁ। ଏହାକୁ ମାଆ ଲକ୍ଷ୍ମୀଙ୍କ ଫଟୋ କିମ୍ବା ମୂର୍ତ୍ତି ପାଖେ ରଖିଦିଅନ୍ତୁ। ପୂଜା ଘରେ ଏହାକୁ ରଖିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ହଳଦୀ: ଆପଣଙ୍କ ଲକରରେ ଖଣ୍ଡ ହଳଦୀକୁ ରଖିଦିଅନ୍ତୁ । ଏହି ଉପାୟ ଦ୍ୱାରା ଲକରକୁ ସବୁବେଳେ ଟଙ୍କା ଆସିଥାଏ ।
ଚାନ୍ଦୀ କଏନ: ହଳଦୀ ବ୍ୟତୀତ ଆପଣ ରୂପାର କଏନ ମଧ୍ୟ ରଖିପାରିବେ ଲକରରେ। ଏହାକୁ ଆପଣ ଟଙ୍କା ରଖୁଥିବା ସ୍ଥାନରେ ମଧ୍ୟ ରଖିପାରିବେ। ଏହା କରିବା ଦ୍ୱାରା ଘରକୁ ଧନର ଆଗମନ ହୋଇଥାଏ ।
ତୁଳସୀ ଗଛ: ହିନ୍ଦୁ ଧର୍ମରେ ତୁଳସୀ ଗଛ ଅତ୍ୟନ୍ତ ଶୁଭ ଏବଂ ପୂଜନୀୟ ବୋଲି ମାନ୍ୟତା ରହିଛି। ଯେଉଁମାନଙ୍କ ଘରେ ତୁଳସୀ ଗଛ ରହିଥାଏ, ସେମାନଙ୍କ ଘରକୁ ଲକ୍ଷ୍ମୀ ମାଆଙ୍କ ଆଗମନ ହୋଇଥାଏ। ତୁଳସୀରେ ଜଳ ଏବଂ ପୂଜା କରିବା ଦ୍ୱାରା ସୁଖ-ସମୃଦ୍ଧି ବଢିଥାଏ ।