କଙ୍କଡ଼ାହାଡ଼ ବାତ୍ୟା ଆଶ୍ରୟ ସ୍ଥଳୀରେ ଅଗ୍ନି ଶମ ବିଭାଗର ମକ ଡ୍ରିଲ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ଏକ ମାତ୍ର ବହୁ ମୁଖି ବାତ୍ୟା ଆଶ୍ରୟ ସ୍ଥଳି କଙ୍କଡ଼ାହାଡ଼ ଠାରେ ବ୍ଲକ ଅଧିକାରୀ ପ୍ରଶାନ୍ତ କୁମାର ସାହୁ W. E. O. ଙ୍କ ସଭାପତିତ୍ୱରେ ଅଗ୍ନି ଶମ ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରାକୃତିକ ବିପର୍ଯୟ ମୁକାବିଲା କରିବା ପାଇଁ ସାମୁହିକ ଅଭ୍ୟାସ ମକ ଡ୍ରିଲ କରାଯାଇଅଛି l

ବନ୍ୟା, ବାତ୍ୟା, ରାସ୍ତା ଦୁର୍ଘଟଣା, ସାପ କାମୁଡିବା, ବ୍ରଜପାତ, ଘଡ ଘଡି ସହ ବିଜୁଳି ମାରିବା ଆଦି ପ୍ରାକୃତିକ ବିପଯ୍ୟୟ ସମୟରେ ଲୋକ ମାନଙ୍କୁ କିପରି ଉଦ୍ଧାର କରାଯିଵା ସହିତ ସୁରକ୍ଷା ସ୍ଥାନକୁ ସ୍ଥାନାନ୍ତର କରିବା ରାତ୍ର ସମୟରେ ବାତ୍ୟା ଆଶ୍ରୟ ସ୍ଥଳିରେ ଜନ ସାଧାରଣ ଲୋକଙ୍କ ସହ ଗୃହ ପାଳିତ ପଶୁ ପକ୍ଷୀଙ୍କ ସୁରକ୍ଷା ଦେବା ରାସ୍ତାରୁ ଗଛ, ଡାଳ ଲତା ଆଦି ହଟାଇବା ଘର ଛାତ ଥିବା ଲୋକଙ୍କୁ ଉଦ୍ଧାର କରିବା ସାପ କାମୁଡା ଲୋକଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ବ୍ୟବସ୍ତା କରିବା ଏସବୁ ପ୍ରାକୃତିକ ସମ୍ପର୍କ ରେ ଅଗ୍ନି ଶମ ବିଭାଗ କର୍ମ ଚାରି ମକ ଡ୍ରିଲ କରି ଜନ ସାଧାରଣ ଲୋକ ମାନଙ୍କୁ ବୁଝାଇବା ସହ ଲୋକ ଙ୍କୁ ସଚେତନ କରାଇଥିଲେ l

ଏହି କାର୍ଯ୍ୟ କର୍ମ ରେ ପୂର୍ବ ତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକା ସାହୁ ଯୋଗ ଦେଇଥିବା ବେଳେ କଙ୍କଡ଼ାହାଡ଼ ସରପଞ୍ଚ ଶ୍ରୀମନ୍ତୀ ଅନୁସୟା ସାହୁ, କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟା ଳୟ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଅଗ୍ନି ଶମ ଅଧିକାରୀ ସଚିନ ପ୍ରଧାନ, ପି. ଇ. ଓ. ନିଖିଲି କୁମାର ନାୟକ, ଏ. ଡି. ଇ. ଓ. ପ୍ରଭାତ କୁମାର ପାଣି, ମନମୋହନ ସିଂହ, ପୂର୍ବ ତନ ସରପଞ୍ଚ ହୃଦା ନନ୍ଦ ବେହେରା, ସମାଜ ସେବି ବିମଳ କୁମାର ସାହୁ, ସନାତନ ପରିଡା ଆଶ୍ରୟ ସ୍ଥଳି ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ l


ସେୟାର କରନ୍ତୁ