ଗଡା ପୋଲ ନିର୍ମାଣରେ ବିଳମ୍ବ, ଭୟଭୀତ ଯାତ୍ରୀ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ସିଆରିମାଳିଆ ଓ ଜୟପୁରାକାଟେଣୀକୁ ସଂଯୋଗ କରୁଥିବା ଗଡା ପୋଲ ପ୍ରଶସ୍ତିକରଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୋଲର ସୁରକ୍ଷା ବାଡ ଭାଙ୍ଗି ଦିଆଯାଇଥିବା ବେଳେ କାମ ଧୀର ଗତିରେ ଚାଲୁଥିବାରୁ ପ୍ରତିଦିନ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣା ଆଶଙ୍କାରେ ରହିଛନ୍ତି ।

କାମାକ୍ଷାନଗର ଥାନା ସିଆରିମାଳିଆ ଓ ଜୟପୁରାକାଟେଣୀ ମଧ୍ୟରେ ଥିବା ଗଡା ପୋଲ ଏହି ଅଞ୍ଚଳର ଏକ ପ୍ରମୁଖ ସଂଯୋଗକାରୀ ପଥ। ପୋଲକୁ ପ୍ରଶସ୍ତ କରିବା ପାଇଁ ଠିକାଦାର ସଂସ୍ଥା ପୁରୁଣା ସୁରକ୍ଷା ବାଡ ଭାଙ୍ଗି ଦେଇଥିଲେ। କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ନିର୍ମାଣ କାମ ଶେଷ ହୋଇପାରିନାହିଁ ।

ବର୍ତ୍ତମାନ ପୋଲ ଉପରେ ଯାତାୟାତ କରିବା ବେଳେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଚାଳକମାନେ ବିପଦର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ବଢ଼ିଯାଇଛି। ସ୍କୁଲ ଛାତ୍ରଛାତ୍ରୀ, ଚାଷୀ ଓ ଦୈନନ୍ଦିନ ଯାତ୍ରୀମାନେ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଠିକାଦାର ସଂସ୍ଥା ଶୀଘ୍ର କାମ ଶେଷ କରିବା ପରିବର୍ତ୍ତେ ବିଳମ୍ବ କରୁଛି । ଫଳରେ ପ୍ରତିଦିନ ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ପୋଲ ନିର୍ମାଣ କାମ ଶେଷ କରି ସୁରକ୍ଷା ବ୍ୟବସ୍ଥା କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।


ସେୟାର କରନ୍ତୁ