ଢେ଼ଙ୍କାନାଳ : ଓଡ଼ିଶା ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନହିତକରୀ ଯୋଜନା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସଫଳତାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ‘ବିକାଶର ଧାରା ଓଡ଼ିଶା ସାରା’କାର୍ଯ୍ୟକ୍ରମ ସଦରବ୍ଲକ ନୂଆଗାଁ ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ସୁମିତ୍ରା ଭୂୟାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜୀବ ସାହୁ,ଆର୍ତ୍ତବନ୍ଧୁ ମଲ୍ଲିକ ବିଜେପି ନେତା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ପଞ୍ଚାୟତର ଜନପ୍ରତିନିଧି,ସ୍ବୟଂସହାୟକ ଗୋଷ୍ଠୀର ମହିଳା ସଦସ୍ୟ,ମହିଳା ସ୍ବାସ୍ଥ୍ୟ କର୍ମୀ,ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ,ଗ୍ରାମସେବକ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା,ଆୟୁଷ୍ମାନ ବାୟୋ ବନ୍ଦନା,ସୁଭଦ୍ରା ଶକ୍ତି,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ଭିବିଜି ରାମ ଜି ଯୋଜନା ସମ୍ପର୍କରେ ଅତିଥିମାନେ ଜନ ସାଧାରଣଙ୍କୁ ସଚେତନତା କରିଥିଲେ । ପରେ ହିତାଧିକାରୀଙ୍କୁ,ଭତା,ରାସନ୍ କାର୍ଡ,ଅନ୍ତୋଦୟ ଗୃହ ପ୍ରଦାନ କରାଯାଇଥିଲା ।
ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୟା ଚନ୍ଦ୍ର ଦାସ,ଏଡିଇଓ ଅରବିନ୍ଦ ବେହେରା,ସମାଜସେବୀ ସନ୍ତୋଷ କୁମାର ଭୂୟାଁ ସମସ୍ତ ଗ୍ରାମ ସାଥୀ ଓ ୱାର୍ଡ ସଭ୍ୟ ସଭ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।