ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଗଦଗଦୀ ଜଳପ୍ରପାତ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମନ୍ଦାର ଗ୍ରାମପଞ୍ଚାୟତ ଦଲାର ଗଦଗଦୀ ଜଳପ୍ରପାତ ରହିଛି । ଶାନ୍ତ,ନିରୋଳା,ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଆକର୍ଷିତ କରୁଥିବା ବେଳେ ଜଞ୍ଜାଳ ଜୀବନରୁ ଟିକିଏ ଫୁରସତ ନେବାକ୍ଷଣୀ ପ୍ରକୃତି କୋଳରେ ନିଜକୁ ହଜାଇ ଦେଉଛନ୍ତି ପ୍ରକୃତିପ୍ରେମୀ । ଏ ମନ ଲୋଭା ଦୃଶ୍ୟ ହେଉଛି ଗଦଗଦୀ ଜଳପ୍ରପାତ । ପର୍ଯ୍ୟଟକମାନଙ୍କୁ ବେଶ୍ ଆକୃଷ୍ଟ କରୁଛି। କ୍ଳାନ୍ତ ଜୀବନରୁ ଆଶ୍ୱସ୍ତି ଦେଉଛି ଏହି ପର୍ଯ୍ୟଟନସ୍ଥଳୀ। ପାହାଡ ଛାତିଚିରୀ କୂଳୁକୂଳୁ ନାଦରେ ଝରିଆସୁଥିବା ଝରଣା ମନମୁଗ୍ଧ କରୁଛି। ପର୍ଯ୍ୟଟନ ଋତୁରେ ଏଠାରେ ଜମୁଛି ଲୋକଙ୍କ ଭିଡ ।

ବଣଭୋଜି,ନାଚ,ଗୀତ ଆସର ସହିତ ଝରଣା ପାଣିରେ ଗାଧୋଇ ମଜ୍ଜାନେଇ ଥାଆନ୍ତି ପର୍ଯ୍ୟଟକ । ମାତ୍ର ଏହି ପର୍ଯ୍ୟଟନସ୍ଥଳୀ ଗମନା ଗମନର ସୁବିଧା ନ ଥିବାରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ଅଧିକାଂଶ ସମୟରେ ଭୋଗୁଛନ୍ତି ପର୍ଯ୍ୟଟକ । ତେଣୁ ଏହାର ଉନ୍ନତୀ କରଣ ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ । ହେଲେ ଏହି ଗଦଗଦୀ ଜଳପ୍ରାତ କେବେ ସରକାରଙ୍କର ଦୃଷ୍ଟି ପଡୁଛି ଏବଂ କେବେ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ଲାଭ କରୁଛି ତାହା ଦେଖିବାକୁ ବାକି ରହିଲା ।


ସେୟାର କରନ୍ତୁ