ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ଶୁଭାରମ୍ଭ

ରାଜ୍ୟ
ସେୟାର କରନ୍ତୁ

ଢ଼େଙ୍କାନାଳ : ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ମିନି ଷ୍ଟାଡ଼ିୟମ୍ ଠାରେ ଉଦ୍ୟମୀ ଓଡ଼ିଶା-ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ପ୍ରଦର୍ଶନୀକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣଚ଼ନ୍ଦ୍ର ପାତ୍ର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଯୁବ ଗୋଷ୍ଠୀ ପ୍ରେରିତ ହୋଇ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରେରଣା ପାଇବେ। ସରକାରୀ ପ୍ରୋତ୍ସାହନ ପାଇ ଉଦ୍ୟୋଗ ପ୍ରତିଷ୍ଠା ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତୀ ରଂଜନ ସେଠୀ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ପ୍ରେମାନନ୍ଦ ମିଶ୍ର ମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ରର ପ୍ରୋତ୍ସାହନରେ ହେଉଥିବା ସର୍ଜିକାଲ ଯନ୍ତ୍ରପାତି ନିର୍ମାଣ, ସେଡ୍ ନେଟ ପ୍ରସ୍ତୁତି, ଟ୍ରି ଗାର୍ଡ଼, ଷ୍ଟିଲ ବାସନ ଆଦି ନିର୍ମାଣ, ପିଭିସି ପାଇପ୍, ଡୋର୍ ଫିଟିଙ୍ଗ୍ସ , ହସ୍ତତନ୍ତ, ଡୋକ୍ରା, ବାଉଁଶ ଓ କାଠ ନିର୍ମିତ ସୌଖିନ ଗୃହ ଉପକରଣ, ଖାଦ୍ୟ ସାମଗ୍ରୀ ଆଦିର ୩୦ ଗୋଟି ଷ୍ଟଲରେ ପ୍ରଦର୍ଶନୀ ଓ ବିକ୍ରି ହେଉଥିବା ଜଣାଯାଇଛି ।


ସେୟାର କରନ୍ତୁ