ଗଛଟିଏ ଲଗାଇବା, ସୁରକ୍ଷିତ ଭବିଷ୍ୟତ ଗଢ଼ିବା – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

ସମ୍ବଲପୁର/ରେଢ଼ାଖୋଲ, ୮ ଅଗଷ୍ଟ, ୨୦୨୬: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ଆୟୋଜିତ “ମାଆ ପାଇଁ ଗଛଟିଏ” ଅଭିଯାନ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ପରିବେଶବିତ୍‌ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ବୃକ୍ଷରୋପଣ କରିଛନ୍ତି।

ପରିବେଶ ସୁରକ୍ଷାର ଏହି ମହତ୍ ପ୍ରୟାସକୁ ଆଗକୁ ନେବା ପାଇଁ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବିପୁଳ ଉତ୍ସାହ ଓ ଆଗ୍ରହକୁ ସାଂସଦ ଶ୍ରୀ ପ୍ରଧାନ ଅତ୍ୟନ୍ତ ପ୍ରଶଂସା କରିଛନ୍ତି। ଏହି ଅବସରରେ ସାଂସଦ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ଗୋଟିଏ ଗଛ କେବଳ ପରିବେଶକୁ ସୁରକ୍ଷିତ ରଖି ନଥାଏ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସୁନ୍ଦର ଓ ନିରାପଦ ଭବିଷ୍ୟତ ନିର୍ମାଣ କରେ। ନିଜ ମା’ଙ୍କ ସମ୍ମାନାର୍ଥେ ପ୍ରତ୍ୟେକ ନାଗରିକ ଗୋଟିଏ ଲେଖାଏଁ ଗଛ ଲଗାଇବା, ତାହାର ସୁରକ୍ଷା କରିବା ଏବଂ ଆମ ଧରିତ୍ରୀ ମା’କୁ ଅଧିକ ସବୁଜ ଓ ସୁନ୍ଦର କରି ଗଢ଼ିତୋଳିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି ।

ଏହି ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମଧ୍ୟ ସାମିଲ ହୋଇଥିଲେ ।


ସେୟାର କରନ୍ତୁ