ଢେଙ୍କାନାଳ : ଓଡ଼ପଡ଼ା ବ୍ଲକର ପକ୍ଷରୁ ‘ହର୍ ଘର୍ ତିରଙ୍ଗା’ ଶୋଭାଯାତ୍ରା ଶ୍ରଦ୍ଧା ଓ ଆବେଗର ସହ ଅନୁଷ୍ଠିତ ହୋଇଯାଇଛି। ଆଜି ବ୍ଲକ ପ୍ରଶାସନ ତରଫରୁ ଓଡ଼ପଡ଼ା ଜଗନ୍ନାଥ ମନ୍ଦିରରୁ ବାହାରି ବ୍ଲକ ପର୍ଯ୍ୟନ୍ତ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାରେ ଓଡ଼ପଡ଼ା ବ୍ଲକର ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ,ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ଇତିଶ୍ରୀ ସାହୁ,ବିଜେପି ଜିଲ୍ଲା ସେକ୍ରେଟେରୀ,ଓଡ଼ପଡ଼ା ମଣ୍ଡଳ ଯୁବମୋର୍ଚ୍ଚା ବିଜେପି ମଣ୍ଡଳ ସଭାପତି,ସମାଜସେବୀ ଜିତେନ୍ଦ୍ର ଦାସ,ପ୍ରମୁଖ ଯୋଗଦେଇଥିଲେ ।
ଏହି ଶୋଭାଯାତ୍ରା ମୋଟର ସାଇକେଲ ଓ ସାଇକେଲରେ ଓଡ଼ାପଡ଼ା ଜଗନ୍ନାଥ ମନ୍ଦିରରୁ ବାହାରି ଓଡ଼ପଡ଼ା ବଜାରର ପରିକ୍ରମା କରିବା ପରେ ବ୍ଲକ ଠାରେ ଉଦ୍ଯାପିତ ହୋଇଥିଲା । ଉକ୍ତ ତ୍ରିରଙ୍ଗା ଶୋଭାଯାତ୍ରାରେ ଓଡ଼ପଡ଼ା ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ମହିଳା ସାଧାରଣ ନାଗରିକ ସାମିଲ ହୋଇଥିଲେ । ବିଜେପି କାର୍ଯ୍ୟକର୍ତ୍ତା,କର୍ମୀ ପ୍ରମୁଖ ଶୃଙ୍ଖଳିତ ଯାତ୍ରାରେ ସହଯୋଗ କରିଥିଲେ ।