କାମାକ୍ଷାନଗର : ଆସନ୍ତା ସ୍ୱାଧୀନତା ଦିବସ ଅଗଷ୍ଟ ୧୫କୁ ଉତ୍ସାହ ଓ ଦେଶପ୍ରେମର ସହ ପାଳନ କରିବା ଉଦ୍ଦେଶ୍ୟରେ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।
ସ୍ଥାନୀୟ କୋର୍ଟ ପରିସର ଠାରୁ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଣି କୋର୍ଟ ପରିସର ପର୍ଯ୍ୟନ୍ତ ପହଞ୍ଚିଥିଲା । ଏଥିରେ ବହୁ ସଂଖ୍ୟାରେ ଯୁବକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ । ଦେଶାତ୍ମବୋଧକ ନାରା ଓ ଜାତୀୟ ପତାକା ସହ ଶୋଭାଯାତ୍ରା ପରିବେଶକୁ ଦେଶପ୍ରେମରେ ଭରି ଦେଇଥିଲା ।
ଏହି ଅବସରରେ ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି, ସହକାରୀ ଜିଲ୍ଲପାଳ ଦୀପକ କୁମାର ମିଶ୍ର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଦେଶର ଏକତା, ଅଖଣ୍ଡତା ଓ ସ୍ୱାଧୀନତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତେ ଶପଥ ନେଇଥିଲେ ।