ଢେଙ୍କାନାଳ : ଓଡିଶା ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ହେଲେ ତାହା ରଙ୍ଗ ମାରିବା ସଦୃଶ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୱାର୍ଡ ନଂ ୧୬ ଖରମୂଳ ଗ୍ରାମରେ । ଗ୍ରାମର ନିଃସହାୟ ଦଳିତ ଆଦିବାସୀ ମହିଳା ସରସ୍ବତୀ ପ୍ରଧାନ ବୟସ ୬୩ ପରିବାର କହିଲେ ସରସ୍ବତୀ ଓ ଅସହାୟ ସ୍ୱାମୀ । ପୂର୍ବରୁ ମଜୁରୀ କରି ଗୁଜୁରାଣ ମେଣ୍ଟାଉ ଥିବା ବେଳେ ନୟସ ର ଅପାରହ୍ନ ରେ ଆଉ ମଜୁରୀ କରିବା ପାଇଁ ବଳ ନାହିଁ ସରସ୍ବତୀର, ଏବେ ସରକାର ଙ୍କ ଦ୍ୱାରା ମିଳୁଥିବା ଗଣ୍ଡିଏ ଚାଉଳ ଓ ମାସିକ ଏକ ହଜାର ଟଙ୍କା ଭତା, ସେଇ ଟଙ୍କାରୁ ତାର ତେଲ ଲୁଣର ସଂସାର, ହେଲେ ନିଃସହାୟ ସରସ୍ବତୀ କୁ ୫ ମାସ ହେବ ମିଳିନି ଭତା ଟଙ୍କା ଭତା ଟଙ୍କା ପାଇବା ପାଇଁ ହିନ୍ଦୋଳ ଏନଏସି କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି ସେ ହେଲେ କେବଳ ପ୍ରତିଶୁତି ମିଳୁଛି ଆସନ୍ତା ମାସରେ ଭତା ଟଙ୍କା ମିଳିବ, ଏବେ ରୋଗଗ୍ରସ୍ତ ସରସ୍ବତୀ ଚଳିବ କେମିତ, ନିଜ ଗ୍ରାମରେ ମାଗିଯାଚି ଯେନତେନ କଷ୍ଟ ରେ ଚାଲୁଛି ସେ ହେଲେ ଟଙ୍କା ଅଭାବ ରୁ ଦୈନ ଦିନ ଖାଇବା ଗଣ୍ଡିଏ ପାଇଁ ବାର ଦୁଆର ହେଉଛି ବୋଲି କୋହ ଭରା କଣ୍ଠରେ କହିଛି ସରସ୍ବତୀ ।
ପୂର୍ବରୁ ପ୍ରତି ମାସରେ ଭତା ଟଙ୍କା ପାଇଆସୁଥିବା ବେଳେ ୫ ମାସ ହେବ ପାଉନି ସେ ଭତା ଟଙ୍କା, ପ୍ରଶାସନ ଏଥିପ୍ରତି ଦୃଷ୍ଠି ଦେଇ ନିଃସହାୟ ସରସ୍ବତୀ କିପରି ତାର ଭତା ଟଙ୍କା ପାଇପାରିବ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସି ଙ୍କ ପକ୍ଷରୁ ଦାବି ହେଉଛି । ଏ ସମ୍ପର୍କ ରେ ହିନ୍ଦୋଳ ଏନଏସି ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ସରସ୍ବତୀ ନାୟକ ୫ ମାସ ହେଲା ଭତା ପାଇନଥିବା କଥା ଆମେ ଅବଗତ ଅଛୁ କିନ୍ତୁ ଉପରୁ ଅସୁବିଧା ଥିବାରୁ ଏନଏସି ର ବହୁ ବିଧବା ମହିଳା ୫ ମାସ ହେଲା ଭତା ଟଙ୍କା ପାଇପରୁନାହାନ୍ତି, ଏ ସମ୍ପର୍କ ରେ ଆମେ ଉପରିସ୍ଥ ଅଧିକାରୀ ଙ୍କୁ ମଧ୍ୟ ଅବଗତ କରାଇଛୁ ।
ତେବେ ସରଳ ନିରୀହ ଲୋକଙ୍କ ଠାରୁ ଭୋଟ ନେଇ ସାରିବାପରେ ତଥାକଥିତ ସରକାର, ଜନପ୍ରତିନିଧି ମାନଙ୍କ ଅସଲ ଚେହେରା ସରସ୍ବତୀ ଭଳି ନିରୀହ ଭୋଟର ଜାଣି ସାରିବାପରେ ଭାଗ୍ୟକୁ ଆଦରି ଥିବାବେଳେ ନିଃସହାୟ ସରସ୍ବତୀର ଦୁଃଖ କେବେ ଶୁଣୁଛନ୍ତି ସରକାର ଓ ହିନ୍ଦୋଳ ପ୍ରଶାସନ, ନିର୍ବାଚିତ ଜନପ୍ରତିନିଧି ଦେଖିବାକୁ ବାକି ରହିଲା ।