ଜିରାଳ ଗାଁରେ ଜଣ୍ଡିସ ଆତଙ୍କ, ୯ ଛାତ୍ରଛାତ୍ରୀ ଆକ୍ରାନ୍ତ l

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଜିରାଳ ଗାଁର ତଳସାହିରେ ଜଣ୍ଡିସ ଆତଙ୍କ। ଜଣ୍ଡିସରେ ୯ ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ବେଳେ ୪୨ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି । ଘଟଣାସ୍ଥଳରେ ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରାନ୍ତ ସମସ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ଦୂଷିତ ଜଳ ଯୋଗୁଁ ଜଣ୍ଡିସ ବ୍ୟାପିଥିବା ପ୍ରାଥମିକ ଭାବେ ଆଶଙ୍କା କରାଯାଉଛି । ଗାଁର ପରିମଳ ବ୍ୟବସ୍ଥା ସ୍ୱଚ୍ଛ ରଖିବା ସହ ବିଶୁଦ୍ଧ ପାଣି ପିଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି । ଗତ ୨୦ ତାରିଖରେ କିଛି ଛାତ୍ରଛାତ୍ରୀଙ୍କ ଆଖି ହଳଦିଆ ଦେଖାଯିବା ପରେ ସେମାନଙ୍କୁ ଢେଙ୍କାନାଳ ନେଇ ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା ।

ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ବ୍ଲିଚିଂ ପକାଯିବା ସହ ଜଣ୍ଡିସରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।


ସେୟାର କରନ୍ତୁ