ସାମ୍ବାଦିକ ଗୌରବ ଶାଳବଣର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସରେ ବୃକ୍ଷ ରୋପଣ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : କାମାକ୍ଷାନଗର ସହର ସନ୍ନିକଟ ଜିଆରିଡ଼ାମାଳି ସ୍ଥିତ ରାଗୁନଥଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ସାମ୍ବାଦିକ ଗୌରବ ଶାଳବଣର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଷଷ୍ଠ ଶ୍ରାଦ୍ଧ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଜିଲାପାଳ ଦୀପକ କୁମାର ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ବୃକ୍ଷ ରୋପଣ ଉଦଘାଟନ କରି ସାମ୍ବାଦିକ ଗୌରବ ଶାଳବଣର କବି ଗିରୀଶ ଚନ୍ଦ୍ର ନନ୍ଦ ଜଣେ ଏକା ଧାରରେ ସାମ୍ବାଦିକ, କବି, ସମାଜସେବୀ, ପ୍ରକୃତି ପ୍ରେମୀ ଭାବେ ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ l

ତାଙ୍କର ସ୍ମୁତିରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ l ଅନ୍ୟତମ ସହକାରୀ ଜିଲାପାଳ ସୋମ୍ୟଜିତ ପାଇକରାୟ, ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ, ପାଠକ ବିଚାର ମଞ୍ଚ ର ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ, ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ, ରସାନନ୍ଦ ଦେହୁରୀ,ମଧୁସୂଦନ ରାଉତ, ଦୀପକ କୁମାର ପାତ୍ର,ସାମ୍ବାଦିକ ସଙ୍ଘର ସଭାପତି ଶୁଭମୟ ନନ୍ଦ ସଂପାଦକ ପ୍ରକାଶ କୁମାର ପାତ୍ର, ସଦସ୍ୟ ପ୍ରହଲ୍ଲାଦ ମୁଦୁଲି, ସୋମ୍ୟରଞ୍ଜନ ନାୟକ, ଦିଲ୍ଲୀପ ନାୟକ, ବିଷ୍ଣୁ ପ୍ରସାଦ ସେଠି, ଜ୍ୟୋତି ରଞ୍ଜନ ସାହୁ,ମଧୁସୂଦନ ରାଉତ,ବିଶ୍ୱରଞ୍ଜନ ବିଶ୍ୱାଳ,ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ସାହୁ, ସୂର୍ଯ୍ୟମଣି ସାମଲ, ସୁନୀଲ କୁମାର ରାଉତ, ସୁମିତ୍ରା ରାଣୀ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ l


ସେୟାର କରନ୍ତୁ