ପରଜଙ୍ଗ : ପରଜଙ୍ଗ ବ୍ଲକ କୁଆଳୋ ରାଜସ୍ବ ଗ୍ରାମର ପରମହଂସପୁର ଛକ ନିକଟ ୧୪୯ ନମ୍ବର ଜାତୀୟ ତୀୟ ରାଜପଥଠାରୁ ସୂର୍ଯ୍ୟା ହୋଟେଲ ପର୍ଯ୍ୟନ୍ତ ଜଙ୍ଗଲ କିସମ ଜମିକୁ ହେପାଜତକୁ ନେଇଛି ବନ ବିଭାଗ । ହାଟେଲ୍କୁ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ହୋଇ ଥିବାବେଳେ ଜଙ୍ଗଲ ଜମି ସହ ରାସ୍ତାରେ ବେଆଇନ୍ ପାର୍କି ହେଉଥିଲା । ପାଉଁଶ ଅନଲୋଡିଂ କରାଯାଉଥିବାରୁ ପରିବେଷ ପ୍ରଦୂଷିତ ହେଉଥିଲା ।
ଏ ନେଇ ୟୁଥ୍ ୟୁନାଇଟେଡ୍ ଫର୍ ସଷ୍ଟେନବଲ୍ ଏନ୍ଭରମେଣ୍ଟ୍ ଟ୍ରଷ୍ଟ୍ ପକ୍ଷରୁ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍(ଏନ୍ଜିଟି)ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଯାହାର ଶୁଣାଣି କରି ଏନ୍ଜିଟି ତୁରନ୍ତ ଜମିକୁ ନିଜ ହେପାଜତକୁ ନେଇ ଟ୍ରେଞ୍ଚ ଖୋଳି ତାରବାଡ଼ ଦେଇ ଚାରାରୋପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏନର୍ଜିଟିଙ୍କ ଏମ୍ ନିର୍ଦ୍ଦେଶକ୍ରମେ ଏସିଏଫ୍ ନୀଳାଦ୍ରି ଦଳପତି, ମାଜିଷ୍ଟେଟ୍ ଦାୟିତ୍ଵରେ ଥିବା ପରଜଙ୍ଗ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ, କାମାକ୍ଷନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ ଓ ମହାବିରୋଡ଼ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସମେତ ବନ କର୍ମଚାରୀ ଓ ହାତୀସ୍ଟାଡ୍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହୋଟେଲ୍ ସମ୍ମୁଖ ଜଙ୍ଗଲ ଜମିରେ ଟ୍ରେଞ୍ଚ୍ ଖୋଳିଦେବା ସହ ତାରବାଡ଼ ଦେଇ ଗଛ ପୋତିଥିଲେ ।