ପରଜଙ୍ଗ : ୭୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଯେଉଁଠି ଘର କରି ରହୁଛନ୍ତି, ସେହି ଘର ଛାଡ଼ିବାକୁ ମିଳିଛି ନୋଟିସ । ରାତି ସାଢ଼େ ୮ଟାରେ ୧୩ ପରିବାରଙ୍କୁ ଘର ଉଚ୍ଛେଦ ନୋଟିସ ଦିଆଯିବା ପରେ ଏବେ ଭୟ ଓ ଅଶଙ୍କାରେ ପରିବାର ରହିଥିବା ଦେଖାଦେଇଛି । ଘର,ଜମି ହରାଇବା ଭୟରେ କାନ୍ଦି କାନ୍ଦି ଗୁହାରି କରୁଛନ୍ତି ଲୋକେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅଞ୍ଚଳରୁ ।
ସୂଚନା ଅନୁଯାୟୀ, ପରଜଙ୍ଗ ତହସିଲ କୁଆଳୋ ପଞ୍ଚାୟତ ପରମହଂସପୁର ଗାଁରେ ରହିଛି ଏହି ବସ୍ତି । ଏଠାରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ୧୩ଟି ପରିବାର ଘର କରି ରହୁଥଥିବା କହିଛନ୍ତି । ଜଙ୍ଗଲ-୨ କିସମ ସମ ଜମିରେ ଘର ନିର୍ମାଣ ହୋଇଥିବା ନେଇ ଅଭିଯୋଗ ପରେ ଏବେ ଆସିଛି ଉଚ୍ଛେଦ ନୋଟିସ । ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି— ଯଦି ଏହି ପରିବାରମାନେ ଜଙ୍ଗଲ ଜମିରେ ବସବାସ କରୁଥିଲେ, ତେବେ ଏତେ ବର୍ଷ ଧରି ସେମାନଙ୍କୁ କିପରି ସରକାରୀ ସେବା ମିଳୁଥୁଲା?
ଅଭିଯୋଗ ଅନୁସାରେ,ଏହି ପରିବାରଙ୍କୁ ସରକାରୀ ଆବାସ, ସ୍କୁଲ, ପକ୍କା ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ସେବା ଯୋ ପାଗାଇ ଦିଆଯାଇଛି । ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଉଚ୍ଛେଦ ନୋଟିସ ପାଇବା ପରେ ପରିବାରଗୁଡ଼ିକ ମଧ୍ୟରେ ଖେଳିଯାଇଛି ଆତଙ୍କ । ମୁଣ୍ଡ ଗୁଞ୍ଜିବାକୁ ଥୁବା ଘର ଭାଙ୍ଗି ଯିବା ଆଶଙ୍କା ଶଙ୍କାରେ ଭାଙ୍ଗିପଡ଼ିଛନ୍ତି ପରିବାର ।
ଏବେ ପ୍ରଶାସ ଶାସନ ଓ ବନ ବିଭାଗ ନିକଟରେ ପୁନଃବିଚାର ପାଇଁ ଗୁହାରି କରିଛନ୍ତି ସେମାନେ । ୭୦ ବର୍ଷରୁ ଅଧିକ ସମୟ ସମ ଧରି ଯେଉଁଠି ଘର କରି ପରିବା ରହୁଛନ୍ତି, ସେଠାରୁ ହଠାତ,ଉଚ୍ଛେଦ ନୋଟିସ । ଘର ସହ ଜଡି଼ତ ଏହି ପରିବାରଙ୍କ ଭବିଷ୍ୟତ ଏବେ କେଉଁଠି ? ସରକାରୀ ସୁବିଧା ଯୋଗାଇବା ପରେ ଉଚ୍ଛେଦ ନୋଟିସକୁ ନେଇ ଉଠିଛି ଅନେକ ପ୍ରଶ୍ନ । ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ।