କାମାକ୍ଷାନଗର : କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଠକ ବିଚାର ମଞ୍ଚର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ପାଠକ ବିଚାର ମଞ୍ଚର ସଭାପତି ଜ୍ଞାନରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l
କାମାକ୍ଷାନଗର ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାନ୍ତି ଯୋଗଦେଇ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଉପଦେଷ୍ଟା ଅମର ପ୍ରସାଦ ଶତପଥୀ,ସଦସ୍ୟ ମଙ୍ଗୁଳି ନାଏକ, ଶେଷଦେବ ପଣ୍ଡା,ମଦନ ମୋହନ ବରାଳ,ଭାସ୍କର ଚନ୍ଦ୍ର ରାଉଳ, ଗଜେନ୍ଦ୍ର ନାୟକ, ଦିବ୍ୟାସିଂହ ଲେଙ୍କା,ପ୍ରଦୀପ୍ତ କୁମାର ସାହୁ ପ୍ରମୁଖ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ l
ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେବରିଷ ସଦସ୍ୟ ରସାନନ୍ଦ ଦେହୁରୀ, ମଧୁସୂଦନ ରାଉତ, ବସନ୍ତ କୁମାର ସାହୁ,ସନ୍ତୋଷ କୁମାର ପତି, ପ୍ରଭୁପ୍ରସାଦ ନନ୍ଦ, ସମୀର କୁମାର ଦାସ, ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ଉପସଭାପତି ଚିତ୍ତରଞ୍ଜନ ଦିବେଦୀ, ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର, ପ୍ରହଲ୍ଲାଦ ମୁଦୁଲି, ସୋମ୍ୟରଞ୍ଜନ ନାୟକ,ଦୟାନିଧି ସାହୁ,ଦୈତାରୀ ବେହେରା, ଧାରମାନନ୍ଦ ସେଠି, ବିଷ୍ଣୁ ପ୍ରସାଦ ସେଠି, ସନ୍ତୋଷ କୁମାର ସାହୁ,ମୁରଲୀଧର ବିଶ୍ୱାଳ, ଗୋପୀ ବେହେରା, ଅରୂପାନନ୍ଦ ପାତ୍ର, ସୁଧୀର କୁମାର ଜେନା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ l