ଢ଼େଙ୍କାନାଳ/ ଓଡ଼ାପଡ଼ା : ଘଟିପିରି ଶୁଣ୍ଢି ସମାଜର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶୁଣ୍ଢି ସମାଜ ପକ୍ଷରୁ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଘଟିପିରି ସାପୁଆ ନଈ ବାଲିପଦା ଠାରେ ୨୮୫ରୁ ଉର୍ଦ୍ଧ୍ୱ ଆମ୍ବ ଗଛ ଚାରା ରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଶୁଣ୍ଢି ସମାଜର ସଭାପତି ସୌଭାଗ୍ୟ କୁମାର ସାହୁ,ସମ୍ପାଦକ ଅନନ୍ତ ଚରଣ ସାହୁ,ଉପ-ସଭାପତି ପ୍ରମୋଦ କୁମାର ସାହୁ,ଯୁବ ସଭାପତି ଶୁଭମ୍ ରଞ୍ଜନ ସାହୁ,ସହ-ସମ୍ପାଦକ ଦେବେନ୍ଦ୍ର ସାହୁ,କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ସାହୁ,ଘଟିପିରି ଶୁଣ୍ଢି ସମାଜର ସଭାପତି ଜୟକୃଷ୍ଣ ସାହୁ,ସମ୍ପାଦକ ଦୁଷ୍ମନ୍ତ କୁମାର ସାହୁ,କୋଷାଧ୍ୟକ୍ଷ ରସାନନ୍ଦ ସାହୁ,ସ୍ଥାନୀୟ ସରପଞ୍ଚ ପଞ୍ଚାନନ ସାହୁ,ଯୁବ ସମାଜସେବୀ ପ୍ରେମାନନ୍ଦ ସାହୁ ଓ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଦାୟିତ୍ୱ ନେଇ ସନ୍ତୋଷ କୁମାର ସାହୁ,କୂଳମଣି ସାହୁ,ଦିଲ୍ଲୀପ କୁମାର ସାହୁ,ନାରାୟଣ ସାହୁ,କ୍ଷେତ୍ରବାସୀ ସାହୁଙ୍କ ତତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସମ୍ପାଦନ କରାଗଲା ଏବଂ ଗ୍ରାମର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।