ଢେଙ୍କାନାଳ : ଭାପୁର ଗ୍ରାମର ଗୋବିନ୍ଦେଇ ସାହିରେ ମହା ଆଡ଼ମ୍ବରରେ ଗିରି ଗୋବର୍ଦ୍ଧନ ପୂଜାର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି । ଗତ ତା ୧୦/୧୧/୨୦୨୬ ରିଖ ମଙ୍ଗଳବାର ଦିନ ଠାରୁ ପ୍ରଭୁଙ୍କ ପୂଜା ପାଠ ରୀତି ନୀତି ଅନୁସାରେ ଆରମ୍ଭ ହୋଇ ଶନିବାର ଦିନ ସମ୍ପନ୍ନ ହୋଇଛି । ରବିବାର ତା ୧୫/୧୧/୨୦୨୬ ରିଖ ରବିବାର ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ୟାଣ୍ଡ,ବାଜାର ଗୀତର ତାଳେ ତାଳେ ସାହି ପିଲାଙ୍କ ମତୁଆଲ ନାଚରେ ଗାଁ ଦୁଲୁକିଥିଲା,ପରେ ସ୍ଥାନୀୟ ପୋଖରୀରେ ବିସର୍ଜନ କରାଯାଇଥିଲା ।