କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ସଙ୍ଘ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଭାପତି ଶୁଭମୟ ନନ୍ଦ ଅଧ୍ୟକ୍ଷତା କରି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକ ମାନେ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l
ଉପସଭାପତି ଚିତ ରଞ୍ଜନ ଦିବେଦୀ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ଓ ଗଣମାଧ୍ୟମ ପ୍ରତିନିଧି ମାନେ ସଂ ମ୍ପ୍ରତିକ ପରିସ୍ଥିତିରେ ସତ୍ୟ ଘଟଣାକୁ ଲୋକଲୋଚନକୁ ଆଣିବାରେ ଗୁରୁତ୍ୱ ଦେବାକୁ ପ୍ରକାଶ କରିଥିଲେ l ଉପସ୍ଥିତ ସଦସ୍ୟମାନେ ଲୋକମାନଙ୍କର ସମସ୍ୟାକୁ ଗୁରୁତ୍ୱ ଦେବା ସମ୍ପର୍କରେ ଆଲୋଚନା କରିଥିଲେ l ସାଧାରଣ ସମ୍ପାଦକ ପ୍ରକାଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ l