କଣ୍ଢେଇଖୋଲ ଗ୍ରାମରେ ପଞ୍ଚୁକ ସମାରୋହ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କଣ୍ଢେଇଖୋଲ ଗ୍ରାମରେ ପଞ୍ଚୁକ ସମାରୋହ ମହା ଆଡମ୍ବରରେ ପାଳନ ହୋଇଯାଇଛି । ଏହି ଗ୍ରାମରେ ଲାଇଟ ମାଳ ସାଙ୍ଗକୁ ବିଭିର୍ନ ପ୍ରକାରର ମେଢ଼ମାନ ଦେଖିବାକୁ ମିଳିଅଛି । ସନ୍ଧ୍ୟା ସମୟରେ କୀର୍ତ୍ତନ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ଦେଖିବାକୁ ମିଳିଥିଲା । ରବୀନ୍ଦ୍ର ମଣ୍ଡପର କଳାକାରମାନେ ଆସି ନାଟକ ପରିବେଷଣ କରିବା ସହିତ ଏହି ନାଟକଟି ଲୋକମାନଙ୍କର ମନ ମୋହିଥିଲା ।

ସନ୍ଧ୍ୟା ସମୟର ଏକ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତା ରଞ୍ଜିତ କୁମାର ସାହୁ, ସ୍ଥାନୀୟ ସରପଞ୍ଚ, ଗ୍ରାମ ସଭାପତି, ଗ୍ରାମର ବୁଦ୍ଧିଜୀବୀ ଓ କମିଟିର କିଛି ସଦସ୍ୟଙ୍କୁ ପୁଛା ଦେଇ ସମ୍ମାନିତ କରାଯାଇଥିଲା । ଗ୍ରାମରେ ଏହି ପୂଜା ପାଇଁ ଆବାଳ ବୃଦ୍ଧ ବନିତାଙ୍କୁ ଖୁବ ଉତ୍ସାହିତ ଦେଖିବାକୁ ମିଳିଥିଲା ।


ସେୟାର କରନ୍ତୁ