କାମାକ୍ଷାନଗର : ଢେ଼ଙ୍କାନାଳ ଜିଲ୍ଳା କାମାକ୍ଷାନଗର ବ୍ଲକ୍ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଗ୍ରୁପ୍ ହେଡ କ୍ୱାର୍ଟର କଟକ ଅଧୀନରେ ଥିବା ୧୨ ଓଡିଶା ବାଟାଲିୟନ ଏନ୍ ସି ସି ପରିଚାଳନାରେ ୧୦ ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ୧୨ ଓଡ଼ିଶା ବାଟାଲିୟନ ର କମାଣ୍ଡିଙ୍ଗ ଅଧିକାରୀ କର୍ଣ୍ଣେଲ ସି ସି ନାଗ , କ୍ୟାମ୍ପ କମାଣ୍ଡାଣ୍ଟ ଓ ଲେପ୍ଟନାଣ୍ଟ କର୍ଣ୍ଣେଲ ଆର କେ ବଲ୍, ପ୍ରଶାସନିକ ଅଧିକାରୀ ଭାବେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।
ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ଦ୍ୱାରା ବିଦ୍ୟାଳୟ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଇଛି ।ଉକ୍ତ ବାଟାଲିୟନ ଅଧୀନରେ ଥିବା ୯ ଟି ମହାବିଦ୍ୟାଳୟ ଓ ୧୪ଟି ଉଚ୍ଚ ବିଦ୍ୟାଳୟରୁ ମୋଟ ୪୫୨ ଜଣ କ୍ୟାଡେଟ୍ ଅଂଶଗ୍ରହଣ କରିଛନ୍ତି । ଏଥିରେ ଡ୍ରିଲ , ଯୋଗାସନ , ମ୍ୟାପ୍ ରିଡିଙ୍ଗ , ବନ୍ଧୁକ ଚାଳନା , ଆତ୍ମ ରକ୍ଷା କୌଶଳ , ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ,ସାମାଜିକ ସଚେତନତା , ନେତୃତ୍ବ ନେବାର ଦକ୍ଷତା ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।ପ୍ରତ୍ୟେକ ଦିନ ସନ୍ଧ୍ୟାରେ କ୍ୟାଡେଟ୍ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଅଭିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ ଓ ଆତ୍ମବିଶ୍ୱାସ ବୃଦ୍ଧି , ଦେଶ ଗଠନରେ କ୍ୟାଡେଟ୍ ମାନଙ୍କର ଭୂମିକା ଇତ୍ୟାଦି ଉପରେ ବାକ୍ତବ୍ଯ ପ୍ରଦାନ କରାଯାଉଛି ।
ଉକ୍ତ ବିଦ୍ୟାଳୟର ଏନ୍ ସି ସି ଫାଷ୍ଟ ଅଫିସର ଧ୍ରୁବଚରଣ ସୁନ୍ଦରାୟ ଙ୍କ ସମେତ ଅନ୍ୟାନ୍ୟ ଏନ୍ ସି ସି ଅଧିକାରୀ, ଯେ ସି ଓ , ଏନ୍ ସି ଓ , ପି ଆଇ ଷ୍ଟାଫ, ସି ଟି ଓ ତଥା କାର୍ଯ୍ୟାଳୟ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରୁଛନ୍ତି । ଏହି କାର୍ଯକ୍ରମ ଚଳିତ ମାସ ୧୧ ତାରିଖ ରେ ଉଦଯାପିତ ହେବ ବୋଲି ବ୍ୟବସ୍ଥାପକଙ୍କ ଦ୍ୱାରା ସୂଚନା ପ୍ରଦାନ କରାଯାଇଛି ।