ଢେଙ୍କାନାଳ : ଢେଙ୍କାନାଳ ସହର ଟାଉନ ଥାନା କାଳିଟାକ୍ସ ରତନ ବଜାରର ବିଜେପି ନେତା ସୁନିଲ ଶର୍ମାଙ୍କ ଘରୁ ଗତ ଅପ୍ରେଲ ୧୯ ରାତିରେ ଲୁଟେରା ମାନେ ଲୁଟ କରିଥିଲେ । ଏ ସଂପର୍କ ତାଙ୍କ ପୁଅ ୟସ ଶର୍ମା ଟାଉନ ଥାନାରେ ଚୋରୀ ଘଟଣା ଅଭିଯୋଗ କରିଥିଲେ । ଟାଉନ ଥାନା ପୋଲିସ ସିଭିଟିଭିକୁ ନେଇ ତଦନ୍ତ କରି ୩ ଜଣ ଲୁଟେରା ଗୀରଫ କରିଥିଲେ । ଚୋରମାନେ ୧୦ ଲକ୍ଷ ଟଙ୍କା ଓ ୩୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ କରିଥିଲେ । ୨ଜଣ ୱେଷ୍ଟବେଙ୍ଗଲ ଓ ଜଣେ କଟକର ବୋଲି ଜଣାପଡ଼ିଛି ।