କାମାକ୍ଷାନଗରର ହାତୀଖେଦ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରାମିଆଳ ନଦୀ ଗୁଣ୍ଡିଚାନାଳୀ କୂଳରେ ହତୀଖେଦ । ଯେଉଁଠି ଅଛନ୍ତି ଅରଣ୍ୟ ଦେବୀ ମା କଳା ମହାପାଟ,ଯେଉଁଠି ପୋଷା ମାନୁଥିଲେ ବଣୁଆ ହାତୀ। ୧୫୩୦ ରୁ ୧୯୪୭ ହରିସିଂହ ବିଦ୍ୟାଧରଙ୍କ ପାଖରୁ ଶଙ୍କର ପ୍ରତାପ ମହେନ୍ଦ୍ର ବାହାଦୁର । ଢେ଼ଙ୍କାନାଳର ୧୮ ରାଜା ଏମିତି ଦେଖିଲେ ଢେ଼ଙ୍କାନାଳକୁ ଅନେକ ରାଜା ଶାସନ କରୁଥିଲେ । ଦ୍ୱିତୀୟ ଶତାବ୍ଦୀରେ ସାତବାହନ ରାଜବଂଶ ତୃତୀୟ,ଚତୁର୍ଥ ଶତାବ୍ଦୀରେ ଗୁପ୍ତବଂଶ ଷଷ୍ଠ,ସପ୍ତମ ଶତାବ୍ଦୀରେ ଆସିଥିଲେ ବୌଦ୍ଧ ଧର୍ମ।ଲମ୍ବୀ ଭୌମିକର ରାଜବଂଶ ପରେ ଶୁଳିକୀ ରାଜବଂଶ ନବମ ଶତାବ୍ଦୀ ପର୍ଯ୍ୟନ୍ତ ଶୁଳିକୀ ପରେ ସୋମବଂଶ,ଗଙ୍ଗବଂଶ,ସୂର୍ଯ୍ୟବଂଙ୍କ ଶାସନ ଭିତରେ ଆସିଥିଲା ଢେ଼ଙ୍କାନାଳ ।

ତେବେ ଗଜପତି ପ୍ରତାରୁଦ୍ରଦେବଙ୍କ ସମୟରେ ତାଙ୍କ ପରିବାରକୁ ହତ୍ୟା କରିଥିଲେ ବିଶ୍ୱାସଘାତକ ଗୋବିନ୍ଦ ବିଦ୍ୟାଧର ଏବଂ ୧୫୩୦ ମସିହାରେ ଢେ଼ଙ୍କାନାଳକୁ କବଜା କରିଥିଲେ ପ୍ରତାରୁଦ୍ରଦେବଙ୍କ ସେନାପତି ଗୋବିନ୍ଦ ବିଦ୍ୟାଧରଙ୍କ ଭାଇ ହରି ସିଂହ ବିଦ୍ୟାଧର ସେବେଠୁ ହୁଏତ ଆରମ୍ଭ ହୋଇଥିଲା ଗଡ଼ଜାତିଆ ଶାସନ । ଷୋଡ଼ଶ ଶତାବ୍ଦୀରେ ଢେ଼ଙ୍କାନାଳ ରାଜବଂଶ ଆରମ୍ଭ ହୋଇଥିଲା ଏବଂ ଏ ରାଜ୍ୟର ପ୍ରଥମ ରାଜା ଥିଲେ ଢେଙ୍କା ଶବର ।

ହରି ସିଂହ ବିଦ୍ୟାଧରଙ୍କ ପରେ ଲୋକନାଥ ରାୟସିଂହ ଭ୍ରମରବର ଏବଂ ବଳଭଦ୍ର,ନୀଳକଣ୍ଠ,ନୃସିଂହ,କୁଞ୍ଜ ବିହାରୀ,ବ୍ରଜ ବିହାରୀ,ଦାମୋଦର ଏବଂ ମରାଠା କାଳରେ ତ୍ରିଲୋଚନଙ୍କ ଉତ୍ତରାଧିକାରୀ ସୂତ୍ରରେ ଏରଜ୍ୟକୁ ଶାସନ କରୁଥିଲେ। ଦୟାନିଧି ମହେନ୍ଦ୍ର ବାହାଦୁର ପରେ କୃଷ୍ଣ ଚନ୍ଦ୍ର,ଶ୍ୟାମ ଚନ୍ଦ୍ର,ଭଗିରଥ,ପିତାମ୍ବର,ଦୀନବନ୍ଧୁ, ସୂର୍ଯ୍ୟପ୍ରତାପ ଏବଂ ୧୯୧୮ରେ କ୍ଷମତାକୁ ଆସିଥିଲେ ଶଙ୍କର ପ୍ରତାପ ମହେନ୍ଦ୍ର ବାହାଦୁର ୧୯୪୭ ମସିହାରେ ରାଜତନ୍ତ୍ରର ଶେଷ ସୂର୍ଯ୍ୟସ୍ତ ହୋଇଥିଲା। କାମାକ୍ଷା ନଗରର ଘଞ୍ଚ ଜଙ୍ଗଲ ମଧ୍ୟରେ ଦୁଇ ପାହାଡ ନାଟଝରଣା,ହଳଦୀବାଡ଼ିଆ ମଝିରେ ଥିବା ରୋମାଞ୍ଚକର ଏବଂ ବିପଦଜ୍ଜନକ ଏଇ ହାତୀଖେଦା । ଏଇଠି ବିଶାଳ କାୟ ହାତୀକୁ ବନ୍ଦୀକରା ଯାଉଥିଲା । ରମିଆଳ ନଦୀର ନୈସର୍ଗିକ ସୌନ୍ଦର୍ଯ୍ୟ ଭିତରେ ଅଛନ୍ତି ଅରଣ୍ୟ ଦେବୀ ମା କଳା ମହାପାଟ । ମାଙ୍କୁ ମୁଣ୍ଡିଆ ମାରି ହାତୀ ଖେଦାରେ ପହଞ୍ଚୁ ଥିଲେ ଢେ଼ଙ୍କାନାଳ ରାଜାଙ୍କ ବେଠି ଶ୍ରମିକ । ଜଙ୍ଗଲ ମଝିରେ ରାସ୍ତା ବହୁତ ସୁନ୍ଦର ବନାନୀ ଏହି ଜାଗା ଏବଂ ସୁନ୍ଦର ପରିବେଶ ।

କାମାକ୍ଷାନଗରରୁ ୮/୯ କିଲୋମିଟର ଯିବାପରେ ପଡ଼େ ଗୁଣ୍ଡିଚାନାଳୀ ଗାଁ ତା ଆଗକୁ ୧ କିଲୋମିଟର ଦୂରରେ ରାମିଆଳ ନଦୀ ପାର ହେବାପରେ ଜଙ୍ଗଲକୁ ୩ କିଲୋମିଟର ଚାରିପାଖେ ଉଚ୍ଚନିଚ ପାହାଡ ଦେଇ ଗଲାବେଳେ ପଡ଼େ ହାତୀଖେଦା । ଢେ଼ଙ୍କାନାଳ ରାଜାଙ୍କ ସେଇ ପ୍ରୟାଗଶାଳା ଯେଉଁଠି ବଣୁଆ ହାତୀ ମାନଙ୍କୁ ବନ୍ଦୀ କରିବାର କୌଶଳ ଫିଟ୍ କରାଯାଉଥିଲା। ତେବେ ଗଜପତି ପ୍ରତାରୁଦ୍ରଦେବଙ୍କ ସମୟରେ ୧୫୩୦ ମସିହାରେ ଢେ଼ଙ୍କାନାଳକୁ କବଜା କରିଥିଲେ ତାଙ୍କ ସେନାପତି ହରିସିଂହି ବିଦ୍ୟାଧର । ସେବେ ଠାରୁ ଆରମ୍ଭ ହୋଇଥିଲା ଗଡ଼ଜାତିଆ ଶାସନ। ଢେଙ୍କାନାଳର ରାଜଶାସନଙ୍କୁ ଆସିଥିଲେ ଶଙ୍କରପ୍ରତାପ ମହେନ୍ଦ୍ର ବାହାଦୁର ଏବଂ ୧୯୪୭ ମସିହାରେ ରାଜତନ୍ତ୍ରର ଶେଷ ସୂର୍ଯ୍ୟାସ୍ତ ହୋଇଯାଇଥିଲା।

ଏହି ହାତୀଖେଦା ଦୁଇପାଖେ ଦୁଇଶକ୍ତ ପଥର କାନ୍ଥ ଏହାକୁ ହିଁ କହୁଛନ୍ତି ହାତୀଖେଦା। ସେବେ କହୁଥିଲେ ଆଉ ଏବେ କହୁଛନ୍ତି। ଢେ଼ଙ୍କାନାଳର ଶେଷ ରାଜା ଶଙ୍କରପ୍ରତାପ ମହେନ୍ଦ୍ର ବାହାଦୁରଙ୍କ ସମୟରେ ଆଶ୍ୟକୀୟ ହେଉଥିବା ହାତୀମାନଙ୍କୁ ଏଇଠୁ ହିଁ ଧରା ଯାଉଥିଲା,ମଣା ଯାଉଥିଲା ଓ ପୋଷାମନା ଯାଉଥିଲା ଏବଂ ହାତୀ ମାନଙ୍କୁ ଧରିବା ପାଇଁ ଏହା ଏକ ତରିକା ଓ କୌଶଳ । ହାତୀମାନଙ୍କ ପାଇଁ ପାଣି ଓ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ହାତୀଖେଦାରୁ କିଛି ବାଟ ଗଲେ ପଡେ ଅରଣ୍ୟ ଦେବୀ ମା କଳା ମହାପାଟ । ଏହି ସୁନ୍ଦର ଜାଗା ଦେବୀ ଏଠି କେବେ ଠାରୁ ବିରାଜିତା ସେ ସମ୍ପର୍କରେ କେହି କହି ପାରିବେ ନାହିଁ। ଜଙ୍ଗଲ ଦେବୀଙ୍କ ମହିମା ଅନେକ । ମା ମହା କଳାପାଟ ଏ ସ୍ଥାନୀୟ ଅଞ୍ଚଳର ଆରାଧ୍ୟ ପ୍ରତ୍ୟକ୍ଷ ଦେବୀ ।


ସେୟାର କରନ୍ତୁ