ମହାଦିଆ ଗ୍ରାମରେ ବାରହାକୁ ନେଇ ନାକେ ଦମ ହେଲେ ଦମକଳ ବାହିନୀ ଓ ବନ କର୍ମଚାରୀ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳର ମହାଦିଆ ଗ୍ରାମ ଉପର ସାହି ଅଜୟ ରାଉତଙ୍କ କୂଅରେ ଏହି ବାରହାଟି କୌଣସି କାରଣରୁ ପଡିଯାଇଥିଲା । ତାର ଚିତ୍କାର ଶୁଣି ଗ୍ରାମବାସୀ ବନ ବିଭାଗ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଉଭୟ ବନ କର୍ମଚାରୀ ଓ ହିନ୍ଦୋଳ ରୋଡ଼ ଦମକଳ ବାହିନୀ ପହଁଞ୍ଚି ଥିଲେ ।

ବାରହାକୁ କୂଅ ଭିତରୁ ରଶି ଲଗାଇ ଉଦ୍ଧାର ପାଇଁ ଦିର୍ଘ ଏକ ଘଣ୍ଟା ପରିଶ୍ରମ ପରେ କୁଅରୁ ବାହାରକୁ ବାହାର କରିଥିଲେ । ପରେ ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ ।


ସେୟାର କରନ୍ତୁ