କାମାକ୍ଷାନଗର : କାମାକ୍ଷାନଗର ମହାବିଦ୍ୟାଳୟରେ ଗତ କିଛି ମାସ ଧରି ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ନଥିବାରୁ ବିଦ୍ୟାର୍ଥୀ ଏବେ ନିରାଶ ହୋଇ ପଡିଥିବାର ଜଣାଯାଇଛି l ମହାବିଦ୍ୟାଳୟରେ ଗତ ଦୁଇମାସ ଧରି ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ନଥିବାରୁ ମହାବିଦ୍ୟାଳୟରେ ଅଧ୍ୟୟନ ୧୩୫ ଜଣ ବିଦ୍ୟାର୍ଥୀ ଶିକ୍ଷରୁ ବଞ୍ଚିତ ରହିଛନ୍ତି l ଏହି ବିଭାଗର ଅଧ୍ୟାପକ ନଥିବାରୁ ଚଳିତ ବର୍ଷ ଉଦ୍ଭିତ ବିଜ୍ଞାନରେ କେହି ବିଦ୍ୟାର୍ଥୀ ନାମ ଲେଖାଇ ନଥିବାର ଜଣାଯାଇଛି l ସରକାରୀ ସ୍ତରରେ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ତୁରନ୍ତ ଅଧ୍ୟାପକ ନିଯୁକ୍ତି ସକାଶେ ଅଭିଭାବକ ମହଲରେ ଦାବି ହେଉଛି l