ବରବାଦ ବିଲ୍ଡର, ଠକ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର,(ବ୍ୟୁରୋ): ଯାହାକୁ ନାଇ ତାକୁ ଠକିଲା । ଏଠି ଜାଗା ଦେବ ସେଠି ଜାଗା ଦେବ କହି ଲୋକଙ୍କୁ ଭୁତିଆ ବନାଇଲା । ଠକାମୀରେ ଏତେ ମାହିର ହୋଇଗଲା ଯେ ଆଉ ଇନ୍ଦ୍ରଚନ୍ଦ୍ର ମାନିଲା ନାହିଁ । ସିଧା କହିବାକୁ ଗଲେ ଲୋକଙ୍କୁ ଚୂନ ଲଗାଇ ଲକ୍ଷଲକ୍ଷ ଟଙ୍କା ଚଳୁ କରିଥିଲା ପୂଜା ବିଲ୍ଡର ମାଲିକ ବିବେକାନନ୍ଦ ସାମଲ । ଯେଉଁଥିରେ ଏବେ ରୋକ ଲାଗିଛି । ତାକୁ ଉଚିତ ସବକ ଶିଖାଇଛି ପୁଲିସ । ହାତରେ ହାତକଡି ପକାଇ ସିଧା ଜେଲ ପଠାଇଛି ।

ମିଳିଥିବା ରିପୋର୍ଟ ଅନୁସାରେ, ଏହି ଠକ ବିଲ୍ଡର ନାଁରେ ରହିଛି ଏକାଧିକ ଠକେଇ ଅଭିଯୋଗ । ଯଦିଓ କେତୋଟି ଘଟଣା ପୁଲିସ ପାଖରେ ପହଞ୍ଚିଛି କିନ୍ତୁ ବହୁ ଅଭିଯୋଗ ଏବେ ଲୁକାୟିତ ରହିଛି । ତେବେ ବାଲେଶ୍ୱର ଅଞ୍ଚଳର ଜଣେ ମହିଳାଙ୍କୁ ଜାଗା ଦେବ କହି ଠକ ବିଲ୍ଡର ତାଙ୍କଠୁ ଧରିଥିଲା ମୋଟା ଅଙ୍କର ଟଙ୍କା । ହେଲେ ଏହାପରେ ନା ସେ ଆଉ ଜାଗା ଦେଇଥିଲା ନା ଧରା । ଏପଟେ ଝାଳବୁହା ଟଙ୍କା ଦେଇ ଠକାମୀର ଶିକାର ହୋଇଥିବା ଜାଣିବା ପରେ ମହିଳା ଜଣଙ୍କ ମଞ୍ଚେଶ୍ୱର ପୁଲିସ ପାଖରେ ପହଞ୍ଚିଥିଲେ । ଅଭିଯୋଗକୁ ଗୁରୁତର ସହ ନେଇ ପୁଲିସ ଆଜି ଏହି ଠକକୁ ବାନ୍ଧିଛି ।

ଏଠାରେ ସୂଚନା ଯୋଗ୍ୟ, ରାଜଧାନୀରେ ଏମିତି ଅନେକ ବିଲ୍ଡର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କେତେକ କୁଜି ନେତା ଓ ପୁଲିସକୁ ହାତବାରିସି କରି ଏମାନେ ନିଜ ମକସତ ଚଳାଇଛନ୍ତି । ଯାହାର ଅନେକ ସୁରାକ ମିଳିଛି । ଖୁବ ଶୀଘ୍ର ମିଶନ ‘ବରବାଦ ବିଲ୍ଡର’ ପ୍ରକାଶ ପାଇବ । ସେଥିରେ ଆମେ ଦର୍ଶାଇବୁ କେଉଁଠି ଓ କେମିତି ଚାଲିଛି ସେମାନଙ୍କ ପ୍ରୋଜେକ୍ଟ ।


ସେୟାର କରନ୍ତୁ