ସିନ୍ଦୁର ପଡିଛି ବନ୍ଧା : ରୋଗ ନୁହେଁ ପପୁଙ୍କୁ ମାରୁଛି ‘ଗୁଜବ’!

ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର: ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମପମ୍ । ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ନାଁ । ରୂପେଲି ପରଦା ହେଉ ଅବା ଆଲବମ୍ ଲୋକଙ୍କୁ ସବୁ ସମୟରେ  ଭରପୁର ମନରୋଞ୍ଜନର ଖୋରାକ ଯୋଗାଇ ଆସିଛନ୍ତି ସେ । ତେବେ ଗତକିଛି ଦିନ ହେବ ତାଙ୍କୁ ନେଇ ଶୋସାଲ ମିଡିଆରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ଫେସବୁକ୍ ହେଉ ଅବା ଟୁଇଟର୍ କିମ୍ବା ମୋବାଇଲ୍ ହ୍ୱାଟସଆପ୍ ପପୁଙ୍କ ମୃତ୍ୟୁ ନେଇ ଏବେ ଏକ ଖବର ଚାରିଆଡେ ଘୁରିବୁଲୁଛି ।
ଶୋସାଲ ମିଡିଆରେ ପୁପୁଙ୍କ ମୃତ୍ୟୁ ଖବର ଏତେ ମାତ୍ରାରେ ପ୍ରଚାରିତ ହୋଇଛି ଯେ ଅନେକ ଏହାକୁ ସହଜରେ ଗ୍ରହଣ କରିପାରି ନାହିନ୍ତି । ହେଲେ କାହିଁକି ଏପରି ଚର୍ଚ୍ଚା, କଣ ପାଇଁ ପପୁଙ୍କ ମୃତ୍ୟୁ ଖବରକୁ ପ୍ରଚାରିତ କରାଯାଉଛି? ତାକୁ ନେଇ ଏବେ ଅନେକ ପ୍ରଶ୍ନ ।
ଏଠାରେ କହି ରଖିବାକୁ ଚାହୁଁ ଯେ ଗତ କିଛି ଦିନ ତଳେ ସୁଟିଂ ସେଟରୁ ଫେରୁଥିବା ବେଳେ ହଠାତ୍ ପପୁ ଅସୁସ୍ଥତା ଅନୁଭବ କଲେ । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆଗ୍ନେଶୟ ବା ପାନକ୍ରିୟାଜରେ ଯନ୍ତ୍ରଣା ହେଉଥିବାରୁ ଗୁରୁତର ହୋଇପଡିଥିଲେ । ତାଙ୍କୁ ଏକ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀସ୍ଥିତ ଏମ୍ସକୁ ନିଆଯାଇଥିଲା । ସେଠାରେ ଗ୍ୟାଷ୍ଟ୍ରୋଲୋଜି ବିଭାଗରେ ପପୁ ପମପମଙ୍କୁ ଏକ ୬ ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି । ତଥାପି ଗୁଜବ ଓ ପପୁଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁ ନାହିଁ । ଗୋଟିଏ ପଟେ ପପୁ ଧିରେ ଧିରେ ସୁସ୍ଥ ହେଉଥିବା କୁହାଯାଉଥିବା ବେଳେ ଅପରପକ୍ଷରେ ତାଙ୍କର ମୃତ୍ୟୁର ଖବର ଶୋସାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଏଠାରେ ସୂଚନାଥାଉକି, ପପୁଙ୍କ ପତ୍ନୀ ଓ ଦୁଇଟି ସନ୍ତାନ ରହିଛନ୍ତି । ଗୁଜବର ଶିକାର ଏବେ ସେମାନେ ହୋଇଛନ୍ତି । ପପୁଙ୍କ ପତ୍ନୀ ସଙ୍ଗୀତା ଶତପଥୀ ଗୁଜବ ପ୍ରଚାରକୁ ବନ୍ଦ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ସ୍ଵାମୀଙ୍କ ଆଶୁ ଆରୋଗ୍ୟ କାମନା କରିବାକୁ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି ।
ଓଡିଶା ହେଉଛି ସଂସ୍କୃତିର ମାଟି । ଏହି ମାଟି କଳାର ମାଟି । କଳାକୁ ଓଡିଶାବାସୀ ଯେପରି ସମ୍ମାନ ଜଣାଇଛନ୍ତି ସେହିପରି କଳାକାରଙ୍କୁ ମଧ୍ୟ ଲୋକ ଭଲ ପାଇବା ଓ ସମ୍ମାନ ଦେଇଛନ୍ତି । ତେବେ କାହିଁକି ଜଣେ କଳାକାରଙ୍କ ନାମରେ ଏପରି ଗୁଜବ? ଯାହାଙ୍କ କମେଡି ଓ ଗୀତରେ ଦିନେ ସମସ୍ତେ ହସୁଥିଲେ ଏବଂ ଝୁମୁଥିଲେ ତାଙ୍କୁ ମାରିଦେବା ପାଇଁ କିଏ କରୁଛି ଷଡଯନ୍ତ୍ର? ତାଙ୍କୁ ନେଇ ଏବେ ପ୍ରଶ୍ନର ପାହାଡ ।

ସେୟାର କରନ୍ତୁ