ବାହାଘରକୁ ବର୍ଷେ ହେଇନି… ଫ୍ୟାମିଲି ପ୍ଲାନିଂ ଉପରେ କହିଲେଣି ବିରାଟ୍

ଖେଳ
ସେୟାର କରନ୍ତୁ

ଭୁବନେଶ୍ୱର: ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଯୋଡି ବିବାହ ପରେ ମଧ୍ୟ ଚର୍ଚ୍ଚାରେ ରହି ଆସୁଛି । ବିରାଟ ଗତକିଛି ଦିନ ତଳେ ଅନୁଷ୍କାଙ୍କୁ ଅଫ୍ ଫିଲ୍ଡ କ୍ୟାପଟେନ୍ ବୋଲି କହିଥିଲେ । ଗୋଟିଏ ସାକ୍ଷାତକାରରେ ସେ କହିଥିଲେ ଯେ ଅନୁଷ୍କା ତାଙ୍କ ଜୀବନରେ ଆସିବା ପରେ ତାଙ୍କର ଜୀବନଶୈଳୀରେ ଅନେକ ଗୁଡିଏ ପରିବର୍ତ୍ତନ ଆସିଛି । ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କର ଫ୍ୟାମିଲି ପ୍ଲାନିଂ ବିଷୟରେ ମତ ରଖିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଦେଖା ଦେଇଛି । ବିରାଟଙ୍କ ଓ ଅନୁଷ୍କାଙ୍କ ବାହାଘର ଗୋଟିଏ ବର୍ଷ ବିତି ନଥିବା ବେଳେ ଏବେ ଠାରୁ ଫ୍ୟାମିଲି ପ୍ଲାନିଂ କଥା ବିରାଟ କାହିଁକି କହୁଛନ୍ତି ତାକୁ ନେଇ ତାଙ୍କ ଫ୍ୟାନମାନଙ୍କ ମଧ୍ୟରେ କୌତୁହଳ ଦେଖାଦେଇଛି ।
ବାପା ହେବା ପରେ ବିରାଟ ତାଙ୍କର ଅନେକ ଗୁଡିଏ ଅଭ୍ୟାସ ବଦଳାଇବାକୁ ଚାହୁଁଥିବା କହିଛନ୍ତି । ଆହୁରି ମଧ୍ୟ ବାପା ହେବାକୁ ତାଙ୍କୁ ଡର ଲାଗୁଥିବା ସେ କହିଛନ୍ତି । ଇଏସପିଏନର ଏକ ହିନ୍ଦୀ ସାକ୍ଷାତକାର ଦେଇ ସେ ଏହି କଥା କହିଛନ୍ତି । ଆହୁରି ମଧ୍ୟ ଅନୁଷ୍କା ଅତ୍ୟନ୍ତ ଧାର୍ମିକ ଶ୍ରେଣୀର ମହିଳା । ତାଙ୍କ ସହ ରହିବା ସମୟରେ ତାଙ୍କ ଭିତରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି । ପୂର୍ବ ଅପେକ୍ଷା ଏବେ ସେ ଶାନ୍ତ ହୋଇ ପଡିଥିବା କହିଛନ୍ତି ।  ବିରାଟ ଆହୁରି କହିଛନ୍ତି ଯେ, ଯେତେବେଳେ ମଧ୍ୟ ତାଙ୍କର ପିଲା ହେବ ଓ ପିଲା ବଡ ହେବାକୁ ଲାଗିବେ ସେ ଘରେ ଥିବା କିଛି ସାମଗ୍ରୀ ବଦଳାଇ ଦେବେ । ଘରେ ଥିବା ବିରାଟଙ୍କ ଟ୍ରଫିକୁ ସେ ପିଲା ବଡ ହେବା ପୂର୍ବରୁ ବଦଳାଇବାକୁ ଚାହୁଁଥିବା ଏଥିରେ କହିଛନ୍ତି । କ୍ରିକେଟକୁ ଅନୁଷ୍କା ବୁଝୁଥିବା ବିରାଟ ଏହି ଅବସରରେ ମତ ଦେଇଛନ୍ତି । ଦେଶ ଭିତରେ ହେଉ ଅବା ବାହାରେ ଅନୁଷ୍କା କ୍ରିକେଟ୍ ଦେଖନ୍ତି । ଏଥିସହ ପଡିଆରେ ଖେଳୁଥିବା ଖେଳାଳୀଙ୍କ ଭାବନା ମଧ୍ୟ ବୁଝିପାରନ୍ତି ବୋଲି ବିରାଟ କହିଛନ୍ତି ।

ସେୟାର କରନ୍ତୁ