‘ବିମାନବନ୍ଦରକୁ ଉଡାଇଦେବୁ’……ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତକୁ ନେଇ ଚିନ୍ତାରେ ପୁଲିସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତଃର୍ଜାତିକ ବିମାନବନ୍ଦରକୁ କେହି ବୋମା ପକାଇ ଉ଼ଡାଇ ଦେବାକୁ ଧମକ ଦେଇଛି । କମିଶନରେଟ୍ ପୁଲିସ ଅଜଣା ନମ୍ବରରୁ ଏପରି ଏକ ଫୋନ୍ କଲ୍ ପାଇବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି । ଡିସିପି ଅନୁପ ସାହୁ ଏନେଇ ବିମାନବନ୍ଦରର ନିର୍ଦ୍ଦେଶକଙ୍କୁ ଭେଟି ଏସମ୍ପର୍କରେ କଥାବାର୍ତ୍ତା କରିଛନ୍ତି ।

ଆଉ ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀଙ୍କ ଓଡିଶା ଗସ୍ତ ରହିଥିବା ବେଳେ ଏହି ଫୋନ କଲକୁ କମିଶନରେଟ୍ ପୁଲିସ ଗୁରୁତ୍ୱର ସହ ନେଇଛି । ବିମାନବନ୍ଦରରେ ସୁରକ୍ଷା ବ୍ୟାବସ୍ଥାକୁ ଆହୁରି କଡାକଡି କରାଯାଇଛି । ସେହିପରି ବିମାନବନ୍ଦରକୁ ଉଡାଇ ଦେବା ଧମକ ନେଇ ବିମାନବନ୍ଦରର ନିର୍ଦ୍ଦେଶକ ଅଭିଯୋଗ ମଧ୍ୟ କରିଛନ୍ତି ।

ବିମାନବନ୍ଦର କାର୍ଯ୍ୟାଳୟ ଠାରେ ସୁରକ୍ଷା ବ୍ୟାବସ୍ଥା ନେଇ ଏହାର କର୍ମଚାରୀଙ୍କ ସହ କମିଶନରେଟ୍ ପୁଲିସର ଏକ ବୈଠକ ମଧ୍ୟ ବସିଛି । ଏଥିରେ ବିମାନବନ୍ଦରର ନିର୍ଦ୍ଦେଶକ ସମେତ ସିଆଇଏସଏଫ, ଏସପିଜିଙ୍କ ସମେତ କମିଶନରେଟ୍ ପୁଲିସର ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।


ସେୟାର କରନ୍ତୁ