‘ଏନଡ଼ିଏ ସରକାରର ଏକ ମାତ୍ର ଲକ୍ଷ…ବିକାଶ ବିକାଶ ବିକାଶ’

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର: ଦେଶର ବିକାଶ କଥା କହିଲେ ଗୋଟିଏ ବାଟ କମିଟମେଣ୍ଟ ବା ପ୍ରତିଶ୍ରୁତିବଦ୍ଧ ସାରକାର । ଯାହା ସବୁ ସମୟରେ ଓ ପ୍ରତି କ୍ଷେତ୍ରରେ ବିକାଶ ଆଣିଥାଏ । ଏମିତି ବିଗତ ୪ବର୍ଷ ମଧ୍ୟରେ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡ଼ିଏ ସରକାର ଏହି ବାଟ ଆପଣାଇଛି । ଯାହା ସ୍ୱାଧୀନତାର ୬୭ବର୍ଷ ମଧ୍ୟରେ ଦେଶରେ ଯେଉଁ ବିକାଶ ହୋଇଛି ତା’ଠାରୁ ଢ଼େର ଅଧିକ ଗୁଣରେ ଏହି ସରକାର ଦେଶରେ ବିକାଶ ଆଣିଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି ।

କଟକ ବାଲିଯାତ୍ରା କିଲ୍ଲା ପଡ଼ିଆ ଠାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ଜନକଲ୍ୟାଣ ସମାବେଶରେ ଉଦବୋଧନ ଦେଇ ଶ୍ରୀ ମୋଦି ଉକ୍ତ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ, ଦେଶ ସ୍ୱାଧୀନତା ପାଇବାର ୬୭ ବର୍ଷ ମଧ୍ୟରେ ଯେଉଁ ବିକାଶ ଘଟିଥିଲା ସେ ତୁଳନାରେ ବର୍ତ୍ତମାନର ସରକାର ବିକାଶ କ୍ଷେତ୍ରରେ ବହୁ ମାତ୍ରାରେ ଆଗୁଆ ରହିଛନ୍ତି । ଫଳରେ ବିଦେଶରେ ଭାରତର ସମ୍ମାନ ବଢ଼ିଛି ।

ଦେଶରେ ସଡ଼କ, ବିଜୁଳି, ଗ୍ୟାସ ସଂଯୋଗ ଆଦି କ୍ଷତ୍ରରେ ସରାକର ବିକାଶ ଆଣିଛନ୍ତି । ୧୯୪୭ରୁ ୨୦୧୪ ମସିହା ମଧ୍ୟରେ ଦେଶର ୫୦ ପ୍ରତିଶତ ଗାଁକୁ ସଡ଼କ ଦ୍ୱାରା ସଂଯୋଗ କରାଯାଇଥିବା ବେଳେ ବିଗତ ୪ବର୍ଷ ମଧ୍ୟରେ ୮୫ ପ୍ରତିଶତ ଗାଁକୁ ଏବେ ଉନ୍ନତ ସଡ଼କ ଦ୍ୱାରା ସଂଯୋଗ କରାଯାଇ ପାରିଛି । ଆଗାମୀ ଦିନରେ ଏହାକୁ ଶତପ୍ରତିଶତ କରାଯିବ ବୋଲି ସେ କହିଛନ୍ତି ।

ସେହିଭଳି ସ୍ୱଚ୍ଛତା, ଗ୍ୟାସ ସଂଯୋଗ, ଉଜ୍ୱଳା ଯୋଜନା, ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା, ଅଟଳ ପେନସନ ଯୋଜନା, ସାମାଜିକ ସୁରକ୍ଷା ଯୋଜନା ଆଦିରେ ଦେଶର କୋଟି କୋଟି ଲୋକ ଉପକୃତ ହେଉଛନ୍ତି । ଏହାଛଡ଼ା ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୁଦ୍ରା ଯୋଜନା ଓ ସ୍କିଲ ଇଣ୍ଡିଆ ମାଧ୍ୟମରେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଥିବା ଶ୍ରୀ ମୋଦି ତାଙ୍କ ଭାଷଣରେ କହିଛନ୍ତି ।

ଅସମ୍ଭବ ମନେ ହେଉଥିବା ଜମ୍ମୁ କାଶ୍ମୀର ପାର୍ବତ୍ୟ ଅଞ୍ଚଳରେ ୧୪କିଲୋମିଟର ସୁଡ଼ଙ୍ଗ ରାସ୍ତା, ଦକ୍ଷିଣ ଭାରତର ସମୁଦ୍ର ମଧ୍ୟରେ ୨୨ କିଲୋମିଟର ସେତୁ ନିର୍ମାଣ, ସବୁଠୁ ଦୃତଗତିରେ ଚାଲିବାକୁ ଟ୍ରେନର ପ୍ରଚଳନ, ଭାରତମାଳା ଓ ସାଗରମାଳା ଯୋଜନାର ଆରମ୍ଭ ଏ ସରକାରର ସଫଳତାର ଏକ ମାଇଲ ଖୁଣ୍ଟ । ପୂର୍ବରୁ ୭୫ଟି ବିମାନ ବନ୍ଦର ଥିବାବେଳେ ବିଗତ ୪ବର୍ଷ ମଧ୍ୟରେ ଆଉ ଅଧିକ ୨୫ଟି ବିମାନ ବନ୍ଦର ଖୋଲିବା ଦ୍ୱାରା ବିମାନଯାତ୍ରା ସହଜ ହୋଇପାରିଛି ।

ଖାଲି ଏତିକି ନୁହେଁ ବିଜେପିର ଏହି ସଫଳତା ଯୋଗୁଁ ଜନସାଧାରଣ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରି ୫ଟି ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେପି ଏବେ ୨୦ରାଜ୍ୟରେ ସରକାର ଗଢ଼ି ପାରିଛି ବୋଲି ସେ ମତ ରଖିଛନ୍ତି ।


ସେୟାର କରନ୍ତୁ