ପଡିପାରେ ମହଙ୍ଗା ! ଏହି ସବୁ ସ୍ଥାନରେ ରଖନ୍ତୁ ନାହିଁ ଶାରୀରିକ ସମ୍ପର୍କ

ଦେଶବିଦେଶ
ସେୟାର କରନ୍ତୁ

ଏକ ନୂଆ ସୃଷ୍ଟି ପାଇଁ ପୁରୁଷ ଓ ନାରୀ ମଧ୍ୟରେ ଶାରୀରିକ ସମ୍ପର୍କ ନିତ୍ୟାନ୍ତ ଜରୁରୀ । ତେବେ ଶାସ୍ତ୍ର ପୁରଣାରେ ପୁରୁଷ ଓ ନାରୀ ମଧ୍ୟରେ ଶାରୀରିକ ସମ୍ପର୍କ ନେଇ କିଛି କଟକଣା ମଧ୍ୟ ରହିଛି । ଅନେକ ସମୟରେ ଅଜାଣତରେ ହେଉ ପଛେ ଏହି ଶାରୀରିକ ସମ୍ପର୍କକୁ ନେଇ ମଣିଷ ଭୁଲ କରିବସେ । ଫଳରେ ତା ଜୀବନରେ ଏହାର ଗଭୀର ପ୍ରଭାବ ପରିଲକ୍ଷିତ ହୁଏ । ତେବେ କେଉଁ ସମସ୍ତ ସ୍ଥାନରେ ଶାରୀରିକ ସମ୍ପର୍କ ରଖିଲେ ଆପଣ ଭାଗ୍ୟରେ ଅସୁବିଧା ଆସିପାରେ ତାହା ଜାଣି ରଖନ୍ତୁ ।
– ମନ୍ଦିର ସାମ୍ନାରେ କିମ୍ବା ଆଖାପାଖରେ କୌଣସି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ।
– ଯଦି କୈାଣସି ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି ତାହେଲେ ସେଠାରେ  ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ।
– ଛୁଆ ଆଗରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଶାସ୍ତ୍ରରେ ମଧ୍ୟ ଏହାକୁ ବାରଣ କରାଯାଇଛି । ଶିଶୁର ଉପସ୍ଥିତିରେ ତା ଆଗରେ ଅନ୍ତରଙ୍ଗ ମୂହୁର୍ତ ସ୍ଥାପନ କରିବା ଦ୍ଵାରା ଏହା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।
– ନଦୀ କିମ୍ବା କୋଣସି ଜଳପ୍ରପାତ ଠାରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । କୁହାଯାଏ ଯେ ପାଣିର କଳକଳ ଧ୍ୱନି ଅଶୁଭ ହୋଇଥାଏ । ଶାରୀରିକ ସମ୍ପର୍କ ରଖିବା ସମୟରେ ଏହି ଶଦ୍ଦ ହାନୀ ଘଟାଇଥାଏ ।
– ଧାର୍ମିକ ଉଦ୍ଦେଶ୍ୟରେ ଜଳା ହେଉଥିବା ନିଆଁ ପାଖରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ ।
– ଶସ୍ମାନ, କବ୍ରିସ୍ତାନ କିମ୍ବା ମୃତଦେହ ପାଖରେ କାହା ସହ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ । ଆହୁରି ମଧ୍ୟ ଗୋଟିଏ ଛାତ ତଳେ ଯଦି କାହାର ଶବ ରଖାଯାଇଛି ତାହାଲେ ଶାରୀରିକ ସମ୍ପର୍କକୁ ବର୍ଜନ କରନ୍ତୁ ।
– ଘରେ କିମ୍ବା ବାହାରେ କୈାଣସି ରୋଗୀଣା ଲୋକଙ୍କ ଆଖପାଖରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଯଦି କୈାଣସି ରୋଗୀଣା ଲୋକ ଆରାମ କରୁଛନ୍ତି କିମ୍ବା କେହି ମୃତ୍ୟୁ ଶଯ୍ୟାରେ ଅଛି ସେହି ସମୟରେ ଶାରୀରିକ ସମ୍ପର୍କରୁ ନିବୃତ ରୁହନ୍ତୁ ।
– ପୂଜାରି କିମ୍ବା କୈାଣସି ଧାର୍ମିକ ବ୍ୟକ୍ତି ଓ ସାଧୁ ସନ୍ଥଙ୍କ ଆଗରେ ଅନ୍ତରଙ୍ଗ ମହୂର୍ତ ସ୍ଥାପନ କରନ୍ତୁ ନାହିଁ ।

ସେୟାର କରନ୍ତୁ